ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳୀୟ ବିଧାୟକ ପ୍ରାର୍ଥୀ ରୂପେ କମଲ ଚରଣ ତାଣ୍ଡି ଙ୍କୁ ପ୍ରାର୍ଥୀ କରିଛନ୍ତି


ନୂଆପଡା(ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳୀୟ ପ୍ରାର୍ଥୀ ରୂପେ ଦଳିତ ନେତା କମଲ ଚରଣ ତାଣ୍ଡି ଙ୍କୁ ବିଧାୟକ ପ୍ରାର୍ଥୀ କରିଛନ୍ତି। ସେ ଜଣେ ଯୁବକ ନେତା ସହ ଦଳିତ ନେତା ରୂପେ ଅଞ୍ଚଳ ରେ ବେଶ ଜଣାଶୁଣା। କଂଗ୍ରେସ ଦଳ ପାଇଁ ଯୁବ କର୍ମୀ ରୂପେ ଆନ୍ଦୋଳନ ରେ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉପସ୍ଥିତ ରହନ୍ତି। ଦଳ ତାଙ୍କ ଉପରେ ଆସ୍ଥା ଭାଜନ କରିଥିବା ରୁ ବିଶେଷ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, ବରିଷ୍ଠ ନେତା ନରସିଂହ ମିଶ୍ର,ରାଷ୍ଟ୍ରୀୟ ଯୁବ ସଭାପତି ଶ୍ରୀନିବାସ ଙ୍କୁ ଦଳୀୟ ତୁଙ୍ଗ ନେତୃମଣ୍ଡଳୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। କଂଗ୍ରେସ ର ନିର୍ବାଚନୀ ଇସ୍ତାହାର ନେଇ ଲୋକଙ୍କ ପାଖକୁ ଯିବା ସହ ଯୁବକ ଙ୍କୁ ନିଯୁକ୍ତି, କୃଷି ଋଣ ଛାଡ, ଆଞ୍ଚଳିକ ସମସ୍ୟା ସୁଧାର ଆଣିବା ମୁଖ୍ୟ ପ୍ରସଙ୍ଗ ବୋଲି ମତବ୍ୟକ୍ତ କରିଛନ୍ତି।

Post a Comment

Previous Post Next Post