କୋମନା (ବିରବଲ ପ୍ରଧାନ) ଆଜି ତା ୧୪/୪/୨୪ ରିଖ କୋମନା ଡ଼ଃ ବି ଆର ଆମ୍ବେଦକର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ କୋମନା ବସ ଷ୍ଟାଣ୍ଡ ନିକଟରେ ବହୁ ଆଡମ୍ବର ସହିତ ମହାମାନବ, ବିଶ୍ୱରତ୍ନ, ଭାରତ ରତ୍ନ, ଭାରତୀୟ ସମ୍ବିଧାନ ନିର୍ମାତା, ଡ଼ଃ ବି ଆର ଆମ୍ବେଦକର ଙ୍କ ୧୩୩ ତମ ଜନ୍ମଜୟନ୍ତୀ ସମାରୋହ ପାଳନ କରାଯାଇଥିଲା । ଏହି ମହୋତ୍ସବ ର ମଞ୍ଚ ସଭାପତି ଶ୍ରୀମତୀ ଅନୁସୂୟା କୁମ୍ଭାର ଅଧ୍ୟକ୍ଷl ପଞ୍ଚାୟତ ସମିତି କୋମନା,ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଦୀପିକା ଦୀପ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ନୂଆପଡା ଯୋଗଦାନ କରିଥିଲେ ।
ମୁଖ୍ୟ ବକ୍ତା ଶ୍ରୀମାନ ଡ଼ଃ ଅନିଲ କୁମାର ତାଣ୍ଡି ପ୍ରିନସିପାଲ ମହାମାୟା କଲେଜ ନୂଆପଡା, ଶ୍ରୀମତୀ ରଶ୍ମିତା ବାଗ ଆଡ଼ଭୋକେଟ ହାଇ କୋର୍ଟ ଓଡିଶା, ସମ୍ମାନିତ ଅତିଥି ଶ୍ରୀମତୀ ଗୌରୀ ନନ୍ଦ A O ଏଗ୍ରିକଲଚର ବିଭାଗ କୋମନା, ସମ୍ମାନିତ ଅତିଥି ଶ୍ରୀମତୀ କୁନ୍ତୀ ସାହୁ ଜିଲ୍ଲା ସଭାପତି ବହୁଜନ ସମାଜ ପାର୍ଟି ନୂଆପଡା,ସମ୍ମାନିତ ଅତିଥି ରାଜାରାମ ସାହୁ MP ପ୍ରାର୍ଥୀ bsp କଳାହାଣ୍ଡି,ସମ୍ମାନିତ ଅତିଥି ମାୟାଧର ସୁନାନୀ ପଞ୍ଚାୟତ ସମିତି ମେମ୍ବର ଯୋଗଦାନ କରିଥିଲେ । ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଅଜମ୍ବର ତାଣ୍ଡି ମ୍ୟାନେଜେମଣ୍ଟ ଦାୟିତ୍ୱ ରେ ଥିବାବେଳେ ଶ୍ରୀଯୁକ୍ତ ଖଗେଶ୍ୱର ଦୀପ ମଞ୍ଚ ପରିଚାଳନା କରିଥିଲେ ଓ ଶ୍ରୀମାନ ରଞ୍ଜନ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋହରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
Post a Comment