ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ବିଜେଡି ରାଜ୍ୟ ସମ୍ପାଦକ ସରୋଜ କୁମାର ସାହୁ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ଓ ବରିଷ୍ଠ କଂଗ୍ରେସ ନେତା ତଥା ଦୃଢ ସଂଗଠକ ବୈଷମପାୟନ ସାହୁ ବିଜେପିରେ ସାମିଲ ହୋଇଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ମିଶ୍ରଣ ପର୍ବରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ଵରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପସଭାପତି ଗୋଲକଚନ୍ଦ୍ର ମହାପାତ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଦୁଇ ବରିଷ୍ଠ ବିଜେଡି ନେତା ଓ ନୂଆପଡ଼ା ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ଦୃଢ ସଂଗଠକ ନିଜ ସମର୍ଥକଙ୍କ ସହ ପଦ୍ମ ଧରିଛନ୍ତି । ଏଠାରେ ଡୁମେରପାଣି ସରପଞ୍ଚ ଟେକରାମ ସାହୁ, ଯୁବ ବିଜେଡି ଜିଲ୍ଲା ଉପସଭାପତି ନାରାୟଣ ସାହୁ, ଉମେଶ ସହିତ, ରଞ୍ଜିତ ସୁନା, କ୍ରିଷ୍ଣା ସାହୁ, ହେମନ୍ତ ସାହୁ, ଗିରେନ୍ଦ୍ର ହାତୀ, ତ୍ରିନାଥ ସାହୁ, ଲଲିତ ପାଣ୍ଡେ, ହୀରା ପାଣ୍ଡେ, କୈଳାସ ପାଣ୍ଡେ, ଟୁକୁ ସାହୁ, କିଶନ ସାହୁ, ରାଜେଶ ସାହୁ ପ୍ରମୁଖ ଜିଲ୍ଲା, ବ୍ଳକ ତଥା ପଞ୍ଚାୟତସ୍ତରୀୟ ଶତାଧିକ କର୍ମୀ ଯୋଗଦେଇଥିଲେ । ସୂଚନାଥାଉକି, ଗତକାଲି ସନ୍ଧ୍ୟାରେ ନୂଆପଡ଼ାଠାରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲସିଂ ତୋମାରଙ୍କୁ ଭେଟି ଆଲୋଚନା କରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ।

Post a Comment