ପବିତ୍ର ପଣାସଂକ୍ରାନ୍ତି ଏବଂ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ସ୍ଥାନୀୟ ବଜରଙ୍ଗ ଦଳର ଆହ୍ୱାନରେ ଏକ ବିଶାଳ ଶୋଭାଯାତ୍ରା ଶୁକ୍ରବାର ସଂଧ୍ଯାରେ ହନୁମାନ ମନ୍ଦିର ଠାରୁ ବାହାରି ସିନାପାଲି ନଗର ପରିକ୍ରମା କଲାପରେ ଜଗନ୍ନାଥ ମନ୍ଦିର ପରିସରରେ ପହଂଚିଥିଲା ା ସେଠାରେ ଖଡ଼ିଆଳରୁ ଆସିଥିବା କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ କରାଗଲା ପରେ ହଜାର ହଜାର ଶ୍ରଦ୍ଧାଳୁ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ ା ଶୋଭାଯାତ୍ରାରେ ସିନାପାଲି ସହରର ପ୍ରାୟ ସମସ୍ତ ଯୁବକ ସଂଘ, ମନ୍ଦିର କମିଟି ଓ ଅନ୍ଯାନ୍ଯ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ହଜାରହଜାର ମହିଳା ଓ ପୁରୁଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ା ଶ୍ରଦ୍ଧାଳୁଙ୍କ ପାରମ୍ପରିକ ରାମ, ଲକ୍ଷ୍ମଣ, ସୀତା, ହନୁମାନ ଆଦି ବେଶ ଓ ପାରମ୍ପରିକ ଘଣ୍ଟ ବାଦ୍ଯ, ଆଦିବାସି ନୃତ୍ଯ ମୁଖ୍ଯ ଆକର୍ଷଣ ହୋଇଥିବା ବେଳେ ଜୟଶ୍ରୀରାମ ଓ ଜୟ ହନୁମାନ ଧ୍ୱନୀରେ ସମଗ୍ର ପରିବେଶ ପ୍ରକଂପିତ ହୋଇଥିଲା ା ପୂର୍ବରୁ ସକାଳେ ସ୍ଥାନୀୟ ହନୁମାନ ମନ୍ଦିରରେ ସାମୁହିକ ପୂଜା ଓ ହନୁମାନ ଚାଳିଶା ପାଠ ପରେ ସମିତି ତରଫରୁ ସହରର ବିଭିନ୍ନ ଛକରେ ପଣା ବଣ୍ଟନ କରାଯାଇଥିଲା ା କାର୍ଯ୍ଯକ୍ରମରେ ବୈଶମ୍ପାୟନ ମେହେର, ହିତେଶ ବଗର୍ତ୍ତୀ, ଡମ୍ବରୁଧର ମେହେର, ନୀଳମଣି ମେହେର, ପ୍ରଦୀପ ଜୈନ, ତୁଳସୀରାମ ମେହେର, ପ୍ରମୋଦ ପଣ୍ତା, ପ୍ରିୟ ରଞ୍ଜନ ମେହେର, ତ୍ରିନାଥ ମେହେର, ମୋହନ ଦାସ, ବୈଷ୍ଣବ ମେହେର, ଅତୁଳ ପାତ୍ର, ଗୌତମ ମେହେର ପ୍ରମୁଖ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମ ପରିଚାଳନାରେ ସଭାପତି ସୁରଜ କୁମାର ମେହେର, ଉପସଭାପତି ଅରୁଣ ମେହେର, ସମ୍ପାଦକ ବିକାଶ ମେହେର ସହସମ୍ପଦକ ରଶ୍ମିରଞ୍ଜନ ସା,
କୋଷାଧ୍ୟକ୍ଷ ବେଣୁଧର ମେହେର ସହକୋଷଧକ୍ଷ ପ୍ରଭାତ ମେହେରଙ୍କ ସମେତ ଆଲୋକ ମେହେର, ଜିତେଂଦ୍ର ମେହେର, ସୁନିଲ ମେହେର, ନିତେଶ ମେହେର, ଫଲିଂଦ୍ର ମେହେର, ଖଗେଶ୍ୱର ମେହେର, ହେମନ୍ତ ମେହେର, ନରସିଂଗ ମେହେର ପ୍ରମୁଖ ସହଯୋଗ କରିଥିଲେ ।
ନୁଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ
Post a Comment