ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅଞ୍ଚଳରେ ରହିଥିବା ବହୁ ପୂରାତନ ତିର୍ଥ ସ୍ଥଳୀ ପାତାଳଗଙ୍ଗା ଏହି ତୀର୍ଥ ସ୍ଥଳୀକୁ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବା ପାଇଁ ଆସୁଥିବା ବେଳେ ସ୍ଥାନୀୟ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରାୟପୁର ଅନ୍ୟ ଜିଲ୍ଲା ମାନଙ୍କରୁ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଏହି ପବିତ୍ର ସ୍ଥାନରେ ଶ୍ରୀ ଜଗ୍ନାଥଙ୍କ ମନ୍ଦିର ରାମ ମନ୍ଦିର ରାଧା କୃଷ୍ଣ ମନ୍ଦିର ଏମିତି ଅନେକ ମନ୍ଦିର ରହିଛି। ଗତ କିଛି ମାସ ତଳେ ୫ଟି ଅଧ୍ୟକ୍ଷ ଶ୍ରୀ ଭିକେ ପାଣ୍ଡିଆନ ପରିଦର୍ଶନ ପାଇଁ ଆସିଥିଲେ ଓ ସେହି ମନ ଲୋଭା ପରିବେଶ ପର୍ଯ୍ୟଟକଙ୍କ ଭିଡ଼ ଦେଖି ତୀର୍ଥ କ୍ଷେତ୍ରର କୁ ଆହୁରି ସୌନ୍ଦର୍ଯ୍ୟ ଉନ୍ନତ କରିବା ପାଇଁ କିଛି ଅର୍ଥ ମଞ୍ଜୁର କରିଥିଲେ। ହେଲେ ସ୍ଥାନୀୟ ଠିକାଦାର ମାନଙ୍କ ଦୁର୍ନିତି ମନଭାବ କାର୍ଯ୍ୟ ଓ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଆଜି କାର୍ଯ୍ୟରେ ଦୁର୍ନୀତି ହେଉଥିବା ଦେଖିବାକୁ ମିଳିଛି। ତୀର୍ଥ କ୍ଷେତ୍ର ପାତାଳ ଗଙ୍ଗା ରୁ ଯେଉଁ ପାଣି ବାହାରୁଛି ତାହା ଆସି କି ଗୋଟିଏ ସ୍ଥାନରେ ଜମି ରହୁଛି। ଓ ସେଥିରେ ଆସିଥିବା ଶ୍ରଦ୍ଧାଲୁ ପର୍ଯ୍ୟଟକ ମାନେ ସlନ୍ନ ଵା ଗାଧେଇ କରି ଥାନ୍ତି। ପାଣି ଜମି ରହୁଥିବା ଟାଙ୍କିକୁ ଆହୁରି ସୋନ୍ଦର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ଆର୍ଥିକ ରାଶି ପ୍ରଦାନ କରିଛନ୍ତି ହେଲେ ଠିକାଦାରଙ୍କ ନକଲି କାର୍ଯ୍ୟ ପାଇଁ ଆଜି ଲଗା ଯାଇଥିବା ଟାଇଲସ ପଥର ଗୁଡ଼ିକ ଉପୁଡ଼ି ଯାଇଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଆଗରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ଚାଲୁ ରହିଛି ସେଥିରେ ମଧ୍ୟ ଅନେକ ପ୍ରକାର ଦୁର୍ନିତି କରିବା ସହିତ ଶିଶୁ ମାନଙ୍କୁ ଶ୍ରମିକ ସଜେଇ କାମ କରାଉଥିବା ଦେଖିବାକୁ ମିଳୁଛି। ହେଲେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନଜର ନାହିଁ। ତେଣୁକରି ବିଭାଗୀୟ ଅଧିକାରୀ ଏ ସମସ୍ତ କାର୍ଯ୍ୟର ତଦାରଖ କରିବା ସହିତ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା କୁ ଜରୁରୀ ହୋଇ ପଡିଛି ।
ନୂଆପଡା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ
Post a Comment