କୋମନା(ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ଦର୍ଲିପଡ଼ା ପଞ୍ଚାୟତ ସିଲେଟ ପାଣି ବାଦିମୁଣ୍ଡା ପୋଲ ନିର୍ମାଣ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଆଳି ପୋଲ ନିର୍ମାଣ କାମକୁ ବିରୋଧ କରି ଗ୍ରାମବାସୀ କାମ ବନ୍ଦ କରିଛନ୍ତି । ଆଜି ମଧ୍ୟାହ୍ନରେ ଗାଁର ଶତାଧିକ ଲୋକେ ପୋଲ ଓ ରାସ୍ତା ନିର୍ମାଣ କାମକୁ ବିରୋଧ କରିଥିଲେ। ସେଠାରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଫୋନରେ ଅଭିଯୋଗ କରିଥିଲେ । କିନ୍ତୁ ଘଟଣାସ୍ଥଳକୁ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ଆସିନଥିଲେ । ଏଥିରେ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରି ନିର୍ମାଣ କାମକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି। ମାଟି ତଳକୁ ୬ ଫୁଟ ଖୋଲିବା ସହ ତଳୁ କଂକ୍ରିଟ ଦେବା ଓ ଅଟକଳ ଅନୁସାରେ ଲୁହାରଡ ବ୍ୟବହାର କରିବାକୁ ଦାବି କରିଛନ୍ତି। ନଚେତ ପୋଲ କାମ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ପୂର୍ବତନ ସରପଞ୍ଚ ରୂପଧର କୁଲଦୀପ, ପ୍ରଭାସଚନ୍ଦ୍ର ଜେନା, ନେହେରୁ ସୋରୀ, ଜୟକୁମାର ଭୋଇ, ସରୋଜ ପ୍ରଧାନ, ବୃହସ୍ପତି ତାଣ୍ଡି, ଲଖନ କୁଲଦୀପ,ବଳହରି ପ୍ରଧାନ, ଦିଲୀପ ପ୍ରଧାନ, ଗଜେନ୍ଦ୍ର ପ୍ରଧାନ, ଧନଞ୍ଜୟ ନାଏକ, ରଶିକ ବାରିକ, ବୃନ୍ଦାବନ ପ୍ରଧାନ, ଛନୁ ଅହୀର, ଦିଗାମ୍ବର କୁଲଦୀପ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶଥାଉକି, ବିଜୁ ଏକ୍ସପ୍ରେସୱେ ରୁ ସିଲଟପାଣି ରାସ୍ତା ମଧ୍ୟସ୍ଥ ବାଦିମୁଣ୍ଡା ପୋଲ ନିର୍ମାଣ ସହ ରାସ୍ତା ସଂଯୋଗୀକରଣ ପାଇଁ ଦୀର୍ଘବର୍ଷ ହେବ ଦାବି ହେଉଥିଲା ।
ବର୍ଷାଦିନେ ବାଦିମୁଣ୍ଡାରୁ ବନ୍ୟାଜଳ ନିଷ୍କାସିତ ହୋଇ ରାସ୍ତାରେ ମାଡ଼ି ଯାଉଥିବାରୁ ସପ୍ତାହ ଧରି ଯାତାୟାତ ବାଧାପ୍ରାପ୍ତ ହେଉଥିଲା । ଗତ ୨୦୨୩- ୨୪ ଆର୍ଥିକ ବର୍ଷରେ ଗ୍ରାମ ଉନ୍ନୟନ ବିଭାଗ ତରଫରୁ ପୋଲ ଓ ରାସ୍ତା ସଂଯୋଗୀକରଣ ପାଇଁ ୧ କୋଟି ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଗତ କିଛି ମାସ ତଳେ ଏହି ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଏମିତିକି କାର୍ଯ୍ୟସ୍ଥଳୀରେ ସୂଚନାଫଳକ ଲାଗିନଥିବାରୁ ଲୋକେ କେତେ ବ୍ୟୟବରାଦରେ କାର୍ଯ୍ୟ ହେଉଛି ଜାଣିପାରୁନାହାନ୍ତି। ଏଠାରେ ଠିକାସଂସ୍ଥା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ହାତବାରିଷି କରି ମନମୁଖି କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏବେ ମାଟି ତଳକୁ ମାତ୍ର ଦୁଇ ଫୁଟ ଖୋଲି କଂକ୍ରିଟ କାମ ଆରମ୍ଭ ହୋଇଛି । ଅନ୍ୟପକ୍ଷେ ପୋଲରେ ୧୬ ଏମଏମ ଲୁହାରଡ଼ ଦେବା ବଦଳରେ ୧୦ ଓ ୮ ଏମଏମ ଲୁହା ଛଡ ବ୍ୟବହାର କରାଯାଉଛି। ଫଳରେ ପୋଳର ସ୍ଥାୟିତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ନାଏକଙ୍କୁ ପଚାରିବାରୁ, ଯାହା ଅଟକଳରେ ଅଛି, ସେହି ଅନୁସାରେ କାମ ହେବ, ଅଯଥା କାମ ବନ୍ଦ କରିବା ଠିକ ନୁହଁ । ସେ ଜେଇକୁ ପଠାଇ ତଦନ୍ତକରିବେ। ଯଦି ଅଟକଳ ଅନୁସାରେ କାମ ହୋଇନାହିଁ,ଯଦି ଲୋକେ ବଦ କରିଛନ୍ତି ତା'ହେଲେ ଆମେ ମଧ୍ୟ କାମକୁ ବନ୍ଦ କରିଦେବୁ ବୋଲି ସେ କହିଥିଲେ ।
Post a Comment