ବିଜେପିର ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ


ନୂଆପଡ଼ା (ବିରବଲ ପ୍ରଧାନ) ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟଠାରେ ବିଜେପିର ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଜେପି ଜିଲ୍ଲା ମହିଳା ସଭାନେତ୍ରୀ ରାଜେଶ୍ଵରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଖରିଆରରୋଡ଼ ଏନଏସି ଅଧ୍ଯକ୍ଷା ସୋନିଆ ଜୈନ, ରାଜ୍ୟ ମହିଳା ଉପସଭାନେତ୍ରୀ ନମୀତାରାଣି ସାହୁ, ପୂର୍ବତନ ଜିଲ୍ଲା ସଭାନେତ୍ରୀ ପ୍ରମୀଳା ସିହ୍ନା, ଜିଲ୍ଲା ଉପସଭାନେତ୍ରୀ ସରିତା ସିଂ, ରାଜ୍ୟ ପ୍ରତିନିଧୁ ଜେମା ମଞ୍ଜରୀ ପାଣ୍ଡେ, ମାୟା ନାଏକ, ରାଜେଶ୍ଵରୀ ଠାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନାର ସଫଳ ରୂପାୟନ ଓ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଉପରେ ସଚେତନ କରିଥିଲେ। ଏଠାରେ ଜିଲ୍ଲାର କୋଣଅନୁକୋଣରୁ ଶତାଧ‌ିକ ମହିଳା ଯୋଗଦେଇଥିଲେ।

Post a Comment

Previous Post Next Post