ପାଟଣାଗଡ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଂକୁଳ ଯୋଗିମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ନିଲୀମା ପାଣିଗ୍ରାହୀଙ୍କ କରକମଳରେ ଦୀପପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ କହିଥିଲେ।
ଶ୍ରୀ ଜୟା ବାଗ ଗୁରୁଜୀ ଅତିଥି ପରିଚୟ କରିଥିବା ବେଳେ ଆଚାର୍ଯ୍ୟା ଶ୍ରୀମତୀ ଦିଲେଶ୍ଵରୀ ମେହେର ଉଦ୍ଦେଶ୍ୟ କଥନ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୀମିତ ସାହୁ ଶିଶୁ ଶିକ୍ଷାରେ ମାଁ ବାପାଙ୍କର ଭୂମିକା ତଥା ଘରେ ସଂସ୍କାର କ୍ଷମ ବାତାବରଣରେ ଶିଶୁଙ୍କୁ ଗଢ଼ିତୋଳିବା ବିଷୟରେ ଅବଗତ କରାଇ ଶିଶୁ ବାଟିକାର ଶିକ୍ଷଣ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଏହାପରେ ବିଭିନ୍ନ ପ୍ରାୟୋଗିକ କାଳାଂଶ ଶିଶୁ ବାଟିକାର ଗୁରୁମା ମାନେ ମାଁମାନଙ୍କୁ ନେଇ କରିଥିଲେ। କଣ୍ଢେଇ ନାଚ ସହିତ ଶେଷରେ ଶିଶୁ ବାଟିକା ଭାଇ ଭଉଣୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ଶିଶୁ ବାଟିକା ପ୍ରମୁଖ ସୁଶ୍ରୀ ଗିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
Post a Comment