ଖୋଲି ଗାଁ ସେବାଶ୍ରମ ବିଦ୍ୟାଲୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ


କୋମନା (ବିରବଲ ପ୍ରଧାନ) ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଳକ ମିଛାପାଲି ପଞ୍ଚାୟତ ଖୋଲିଗାଁ ସେବାଶ୍ରମର ବାର୍ଷିକୋତ୍ସବ ପାଳନ ହୋଇଯାଇଛି। ପ୍ରଧାନଶିକ୍ଷକ ଧରମସିଂ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ କୋମନା ବ୍ଳକ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ଧରୁଆ, ସମ୍ମାନିତ ଅତିଥି ଭାବେ ମିଛାପାଲି ସେବାଶ୍ରମ ପ୍ରଧାନଶିକ୍ଷକ ତେଜୁରାମ ତାଣ୍ଡି, ସୋସେଙ୍ଗ ସେବାଶ୍ରମ ସହକାରୀ ଶିକ୍ଷକ ମାଧବ ଧରୁଆ, ସ୍କୁଲ ପରିଚାଳନା କମିଟି ଅଧ୍ଯକ୍ଷ ଦୁଃଶାସନ ମାଝି, ସହକାରୀ ଶିକ୍ଷକ ରାମେଶ୍ଵର ବେହେରା, ଗଙ୍ଗାରାମ ମାଝି, ଲକ୍ଷ୍ମଣ ମାଝି, ମକ୍ରନ ମାଝି, ରାଜକୁମାର ଧରୁଆ, ଲକ୍ଷ୍ମୀକାନ୍ତ ମାଝି, ଅତୁଲ୍ୟ ନାୟକ, ହେମଲାଲ ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭ୍ୟବୃନ୍ଦ, ଅଭିଭାବକ ଓ ଗ୍ରାମବାସୀମାନେ ପରିଚାଳନାରେ ସହ‌ଯୋଗ କରିଥିଲେ ।

Post a Comment

Previous Post Next Post