ଖ୍ରୀଷ୍ଟଧର୍ମାବଳମ୍ବି ମାନଙ୍କର ମୁରସିଂହ ରେ ଗୁଡ଼ ଫ୍ରାଏଡେ ପାଳିତ


ବଲାଙ୍ଗିର (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ମୁରସିଂହ ଗ୍ରାମରେ ଶୂଭ୍ର ଶୁକ୍ରବାର(ଗୁଡ଼ ଫ୍ରାଏଡେ )ପ୍ରତି ପାଳିତ ହୋଇ ଯାଇଛି । ଆଚାର୍ଯ୍ୟ ପ୍ରିତମ ସୁନା ପ୍ରାରମ୍ଭିକ ପ୍ରାର୍ଥନା ବାକ୍ୟ ବିତରଣ କଲା ପରେ ମଣ୍ଡଳୀ ର ସଂପାଦକ ଶ୍ରୀ ନିତ୍ଯା ନନ୍ଦ ସୁନା କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ । କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ଯୀଶୁଙ୍କ ପ୍ରଦତ୍ତ କ୍ରୁଶର ସପ୍ତ ବାଣୀ ମନାେନିତ ବକ୍ତା,ବକ୍ତ୍ରୀ ଭାବରେ ଗୁଲସନ କୁମାର, ଉନର୍କି କୁମାର , ନିମୁଏଲ ନାଗ, ରଶ୍ମୀତା ସୁନା, ସ୍ନିଗ୍ଧା ରାଣୀ ସୁନା, ବିଭୁ ପ୍ରସାଦ ଦୀପ ଓ ସୈାରାଂଗିନୀ ସୁନା ପ୍ରମୂଖ ବାକ୍ୟ ପରିବେଷଣ କରିଥିଲେ । ପରେ ପରେ ମୁରସିଂହ ପାଷ୍ଟୋରେଟ ଦ୍ୱାରା ମନୋନିତ ବକ୍ତା ଶ୍ରୀ ମହେନ୍ଦ୍ର ନନ୍ଦ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶର ମାହାତ୍ମ୍ଯ ଉପରେ ଆଲୋକ ପାତ କରି କ୍ରୁଶ କିପରି ଭାବରେ ଖ୍ରୀଷ୍ଟ ବିଶ୍ବାସୀ କୁ ମନ୍ଦ ଜଗତରୁ ଅଲଗା କଲେ ସେ ସମ୍ବନ୍ଧରେ ନିଜ ବକ୍ତ୍ୟବ୍ୟ ଦେଇଥିଲେ । ଅପରାହ୍ନ ସମୟ ରେ ପାଳକ ଆଚାର୍ଯ୍ୟ ସୁନା ମଣ୍ଡଳୀ ତଥା ଦେଶର ମଂଗଳ ପାଇଁ ପ୍ରାର୍ଥନା କରି ଉପାସନା ସମାପ୍ତ କରାଯାଇଥିଲା ।

Post a Comment

Previous Post Next Post