ରାଇଜିଙ୍ଗ ସନ ପବ୍ଲିକ ସ୍କୁଲ ରେ ୧୨ ତମ ବାର୍ଷିକ ଉତ୍ସବ ପାଳିତ


ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଇଜିଙ୍ଗ ସନ ପବ୍ଲିକ ସ୍କୁଲ ଠାରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ରାଇଜିଙ୍ଗସନ ପବ୍ଲିକ ସ୍କୁଲ ର ସଭାପତି ରାଜନୀ କାନ୍ତ ମେହେର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ରେ ମୁଖ୍ୟ ଅତିଥି ଅଭିନାଶ ଲାକ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିନାପାଲି, ବିଶିଷ୍ଟ ଅତିଥି ଉପାଞ୍ଜଳି ମାଝୀ ସିନାପାଲି ତହସିଲ ଦାର, ସମ୍ମାନିତ ଅତିଥି ଲଳିତ ସୁନାରି ସିନାପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ, ଗୌରାଙ୍ଗ ସାହୁ, ରାଜେନ୍ଦ୍ର ଯୋଶୀ, ରାଇଜିଙ୍ଗ ସନ ପବ୍ଲିକ ସ୍କୁଲ ର ସମ୍ପାଦକ ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବେଶ ହଂସ ମଞ୍ଚ କୁ ଆମନ୍ତ୍ରଣ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ୩୦୨ ଅଧ୍ୟୟନ ଛାତ୍ର ଛାତ୍ରୀ ଙ୍କୁ ନେଇ ବିଦ୍ୟାଳୟ ରେ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ କରାଯାଇଥିଲା କାର୍ଯ୍ୟକ୍ରମ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଦୁଷ୍ମନ୍ତ ପାତ୍ର, ପ୍ରକାଶ ହୋତା, ଉଦୟ ଜଗତ ସୁକେଶିନୀ ବାଗ ଅଦିତି ପାତ୍ର, ସୁଧୀର ସୁନାନୀ ପ୍ରମୁଖ ସହଯୋଗ କରିଥିବା ବେଳେ ରାଜେନ୍ଦ୍ର ନାରାୟଣ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post