ନିର୍ବାଚନୀ ସଚେତନ ନେଇ ସମ୍ବଲପୁରୀ କ୍ଷୁଦ୍ର ଚଳଚିତ୍ର ଗୀତ ମାଧ୍ଯମରେ ଭିଡିଓ ରିଲିଜ"ନୂଆପଡ଼ା ଚାଲ ଭୋଟ ଦେଇ ଯିମା" ଉନ୍ମୋଚିତ


ନୂଆପଡା (ବିରବଲ ପ୍ରଧାନ) ନୂଆପଡା଼ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଜି ନିର୍ବାଚନୀ ସଚେତନ ନେଇ ସମ୍ବଲପୁରୀ ଗୀତ ମାଧ୍ୟମରେ ଭିଡିଓ ରିଲିଜ, ନୂଆପଡ଼ା ଚାଲ ଭୋଟ ଦେଇ ଯିମା, ଉନ୍ମୋଚିତ ହୋଇଯାଇଅଛି । ନିର୍ବାଚନ ରେ ଅତ୍ୟଧିକ ମାତ୍ରାରେ ନିର୍ବାଚନ ପର୍ବ କୁ ମତଦାନ ମହାପର୍ବ ରେ ସାମିଲ ହେବାକୁ ଅନୁ ରୋଧ କରିଛନ୍ତି। ଦେଶ ନିର୍ବାଚନ କମିଶନ ଭୋଟ ଦାନ ମହା ପର୍ବ ପାଳନ ନେଇ ବ୍ୟାପକ ପ୍ରସ୍ତୁତି କରିଥିବା ବେଳେ ମୋର ପ୍ରଥମ ଭୋଟ ଦେଶ ପାଇଁ ବୋଲି ସଚେତନ କରିଛନ୍ତି । ଆଜି ନିର୍ବାଚନ ସଚେତନ ଭିଡିଓ କୁ ଜିଲ୍ଲାପାଳ ହେମାକାନ୍ତ ସାଏ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଘବେନ୍ଦ୍ର ଗୁଣ୍ଡାଲା ରେଡ଼ି ଯୋଗ ଦେଇ ଭିଡିଓ କୁ ଉନ୍ମୋଚିତ କରିଛନ୍ତି। ଏହି କ୍ଷୁଦ୍ର ସମ୍ବଲପୁରୀ ସଚେତନ ଚଳଚ୍ଚିତ୍ର ରେ ଅଭିନୟ, ନୃତ୍ୟ ଏବଂ ସଙ୍ଗୀତ ଗାଇଥିବା କଳାକାର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନୂଆପଡ଼ା ର ସୁନାବେଡ଼ା ରୁ ଆରମ୍ଭ କରି ଆଦିମ ଜନଜାତି, ସମସ୍ତ ବର୍ଗ ବ୍ୟକ୍ତି ନିର୍ବାଚନ ରେ ସାମିଲ ହେବାକୁ ଆହ୍ଵାନ କରିଛନ୍ତି। ଏହି ଉତ୍ସବ ରେ ଲେଖକ କମ୍ପୋଜର ବିଜୟ ଆନନ୍ଦ ସାହୁ, ଅଭିନୟ କରି ଥିବା କଳାକାର ଯୋଡାନ ଜୁଲିଅସ ବାଗ, ସଙ୍ଗୀତ ପ୍ରିୟାନ୍ତି ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

Post a Comment

Previous Post Next Post