ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


କୋମନା :(ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ପୁରୁଣାଲଖନା ଲିମପଡ଼ା ର ରାଜା ସୁନାନୀ(୨୦)ଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଲଖନା ପୁଲିସ ଉଦ୍ଧାର କରିଛି । ଲଖନା ଥାନା ଲିମପଡ଼ା ଗ୍ରାମର ରାଜୁ ସୁନାନୀ ମଙ୍ଗଳବାର ଅପରାହ୍ଣରେ ପରିବାରକୁ କିଛି ନଜଣାଇ ଘରୁ ପଳାଇ ଯାଇଥିଲେ । ରାତିରେ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ନିରାଶ ହୋଇଥିଲେ । ଆଜି ସକାଳେ ଗାଁର କିଛି ଲୋକ ସେମେଲାମୁଡ଼ାର ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପୁଲିସ ଘଟଣାର ତଦନ୍ତ କରୁଛି ।

Post a Comment

Previous Post Next Post