ନୂଆପଡ଼ା: (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା ଖଡ଼ିଆଳ ସହର ମାଁ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣ ରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ବାନ କ୍ରମେ ଶତାଧିକ ଆଦିବାସୀ ପରମ୍ପରା ବେଶ ଭୂଷା ବାଦ୍ୟ ଯନ୍ତ୍ର ହାତ ଓ ହତିଆର ସହିତ ନଗର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋବ ସଭା ର ଆୟୋଜନ କରାଯାଇଥିଲା।ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘର ରାଜ୍ୟ ସଭାପତି ବାଳକୃଷ୍ଣ ଶବରଙ୍କ ଆହ୍ବାନ କ୍ରମେ ଭାନୁ ପ୍ରତାପ ମାଝୀ ଜିଲ୍ଲା ସଭାପତି ଆଦିବାସୀ ସଂଘ, ବିକ୍ରମ ମାଝୀ ଅବସର ପ୍ରାପ୍ତ ସି ଅସ୍ ଓ, ଜୟରାମ ଶବର ଅବସର ପ୍ରାପ୍ତ ଏ ସି ଏ ଫ୍, ଜଗତ ରାମ କଟପଳିଆ ,ଜୟନନ୍ଦ୍ ମାଝୀ ଅବସର ପ୍ରାପ୍ତ ସି ଏସ ଓ, ବିହାରୀ ଲାଲ ବିଶ୍ଵାଳ ଜିଲ୍ଲା ସଭାପତି ଶବର ସମାଜ, ଈଶ୍ୱର ଚନ୍ଦ୍ର ନାୟକ ଉପ ସଭାପତି ଜିଲ୍ଲା ସଂଘ, କମ୍ ଲେସ ଠାକୁର, ଭକ୍ତ ବନ୍ଧୁ ଧରୁଆ ବ୍ଲକ ସଭାପତି ନୂଆପଡ଼ା, କାର୍ତ୍ତିକ ମଲ୍ଲିକ ବ୍ଲକ ସଭାପତି ଖଡ଼ିଆଳ, ବିଦୁର ଶବର ଶବର ସମାଜ ଜିଲ୍ଲା ସମ୍ପାଦକ,ଶ୍ରୀକାନ୍ତ ମାଝୀ ପୂର୍ବତନ ମନ୍ତ୍ରୀ ଙ୍କ ସୁପୁତ୍ର ପ୍ରମୁଖ ସାମିଲ ଥିଲେ। ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ସହର କୁ ସବ ଡିଭିଜନ୍ ଓ ମୁନସୀ ପାଲିଟି ମାନ୍ୟତା ସହିତ ଆଠ ଦଫା ସମ୍ବଳିତ ଦାବି ପତ୍ର ବି ଡି ଓ ଙ୍କ ଜରିଆ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଦାନ କରାଯାଇଛି। ଦାବୀ ଯଥା,ଆଦିବାସୀ ସଂସ୍କୃତି ପ୍ରଥା ପରମ୍ପରା କୁ ବଞ୍ଚାଇ ରଖିଥିବା ଝାଙ୍କର ମାନଙ୍କୁ ମାସିକ ୫ ହଜାର ଟଙ୍କା ଭତ୍ତା ପ୍ରଦାନ, ଓଡ଼ିଶା ର ୩୦ ଗୋଟି ଜିଲ୍ଲା ମଧ୍ୟରୁ କେବଳ ନୂଆପଡ଼ା ରେ ହିଁ ଥିବା ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ କିସମ କୁ ଉଚ୍ଛେଦ କରାଯାଇ ଆଦିବସୀ ଙ୍କୁ ପଟ୍ଟା ପ୍ରଦାନରେ ଅହେତୁକ ବିଳମ୍ବ କୁ ତ୍ୱରାନ୍ୱିତ କରାଯାଉ। ଚାକିରୀ କ୍ଷେତ୍ର ରେ ଷ୍ଟେଟ କେଡର ଚୟନ ପରିବର୍ତ୍ତେ ଡିଷ୍ଟ୍ରିକ କେଡର ଚୟନ କରାଯାଉ। ଷ୍ଟେଟ କେଡର ହେଲେ ଯୋଗ୍ୟତା ଭିତ୍ତିରେ ଚୟନ କରାଯାଉ। ଅହେତୁକ ବିଜୁଳୀ ବିଲ ଉପରେ ରୋକ୍ ଲଗାଯାଉ ତଥା ମିଟର ରିଡିଂ କୁ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ୟୁନିଟ ଆସୁଥିବା ମିଟର ଉପରେ ତଦାରଖ କରାଯାଉ।ଭୁ ଅର୍ଜନ ଅଧିକାରୀ ଲୋୟର ଇନ୍ଦ୍ର ପ୍ରକଳ୍ପ ଖଡ଼ିଆଳ ଶ୍ରୀ କାଲୁ ମାଝୀ ଙ୍କ ବିସ୍ଥାପିତ ଓ କ୍ଷତି ଗ୍ରସ୍ତ ପରିବାର ଙ୍କ ପ୍ରତି ଦୁର୍ବ୍ୟବହାର, ନିଷ୍କ୍ରିୟତା ଓ ଦୁର୍ନୀତି ଲିପ୍ତ ହେତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ତିଖାଳି ଡ୍ୟମ୍ ର ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ବାଦ୍ ପଡ଼ିଥିବା ବୋଡ଼େନ ବ୍ଲକ ଓ ଖଡ଼ିଆଳ ବ୍ଲକ ର ଗ୍ରାମ ଗୁଡ଼ିକ ର ଚାଷୀ ମାନଙ୍କ ଜମିରେ ପାଣି ମଡାଇ ବାର ବ୍ୟବସ୍ଥା କରାଯାଉ। ଖଡ଼ିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ଆଦିବାସୀ ନେତା ସ୍ବର୍ଗତ ଦୁର୍ଯ୍ୟୋଧନ ମାଝୀ ୫ ଥର ଓ ନୂଆପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ସ୍ବର୍ଗତ ଘାସିରାମ ମାଝୀ ୭ ଥର ବି ଜେ ଡି ଦଳ ରୁ ବିଧାନ ସଭା କୁ ନିର୍ବାଚିତ ହୋଇ ଆଦିବାସୀ ମାନଙ୍କର ଏକତା ଅଖଣ୍ଡତା କୁ ବଜାଇ ରଖିଥିବାରୁ ଚଳିତ ସାଧାରଣ ନିର୍ବାଚନ ରେ ଜିଲ୍ଲା ର ୨ ଗୋଟି ବି ଜେ ଡି ଦଳ ର ବିଧାୟକ ଆସନ ହାତେଇବା ପାଇଁ ସଭା ମାଧ୍ୟମ ଦଳ ର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ନିବେଦନ କରିଥିବାର କଥା ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ ର ରାଜ୍ୟ ସଭାପତି ବାଳ କୃଷ୍ଣ ଶବର ପ୍ରକାଶ କରିଥିଲେ। ରାଜଧାନୀ ଭୁବନେଶ୍ଵର ଠାରେ ରାଜ୍ୟ ଆଦିବାସୀ ଭବନ ନିର୍ମାଣ ସକାଶେ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ମଞ୍ଜୁର କରି ଭିତ୍ତପ୍ରସ୍ତର ସ୍ଥାପନ କରିଥିବାରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଆଦିବାସୀ ସମାଜ ତରଫ ରୁ ଧନ୍ୟବାଦ୍ ଜଣାଇ ଥିଲେ।କାର୍ଯ୍ୟକ୍ରମ ଟି କୁ ସଫଳ କରିବା ପାଇଁ ସୁବୁଦ୍ଧି ଶବର, ସୋମନାଥ ଶବର, ଲିଙ୍ଗରାଜ ମାଝୀ,ବସନ୍ତ ମାଝୀ, ଲକ୍ଷ୍ମଣ ଦଳ,ଗୀତାଞ୍ଜଳି ଶବର,ବସନ୍ତ ଶବର, ଯଦୁମଣି ମାଝୀ, ଉଦେ ରାମ ମାଝୀ, ଉଜଲ୍ ମାଝୀ, କିରଣ ଭୋଇ, ଅନୁଗୋଳ ଶବର ପ୍ରମୁଖ ନେତୃତ୍ୱ ନେଇଥିଲେ।

Post a Comment