ଜିଲ୍ଲାସ୍ତରୀୟ ଜାତୀୟ ସୁରକ୍ଷା ଦିବସ ପାଳିତ


ନୂଆପଡ଼ା: (ବିରବଲ ପ୍ରଧାନ)ସ୍ଥାନୀୟ ସବଷ୍ଟେସନରେ ଟାଟା ପାୱାର ପଶ୍ଚିମ ଓଡ଼ିଶା ବିତରଣ ଲିମିଟେଡ(ଟିପିଡବ୍ଲୁଓଡିଏଲ) ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ସୁରକ୍ଷା ଦିବସ ତଥା ଲାଇନମେନ ଦିବସ ପାଳିତ ହୋଇଛି । ଲାଇନମେନ ବିପ୍ଳବ ଯୋଶୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଟିପିଡବ୍ଲୁଓଡିଏଲ ନିର୍ବାହୀ ଯନ୍ତ୍ରୀ ସମ୍ବିତ ନନ୍ଦ, ଏସଡିଓ ଅବିନାଶ ବିଶ୍ଵାଳ, ଜେଇ ନିଗମାନନ୍ଦ ସୂତାର, ରାହୁଲ ଶ୍ରୀବାସ୍ତବ, ଗଣେଶ ପାତ୍ର, ସୁରକ୍ଷା ଅଧିକାରୀ ନୃସିଂହନାଥ ପୃଷ୍ଟି, ପ୍ରଣବ ବିଶି, ଲାଇନମେନ ସନ୍ତୋଷ ଖୁଣ୍ଟିଆ, ଲଲିତ ମାଝି, ଧନଞ୍ଜୟ ଶବର, ଦୀପକ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଲାଇନମେନ ଓ ବିଦ୍ୟୁତ କର୍ମଚାରୀଙ୍କୁ ସୁରକ୍ଷାକୁ ଗୁରୁତ୍ୱ ଦେଇଥିଲେ। ସୁରକ୍ଷିତ ଭାବେ ବିଦ୍ୟୁତ ଯୋଗାଣ କାମ ସମ୍ପାଦନ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ବୈକୁଣ୍ଠ ପୁଞ୍ଜି, ଜନାର୍ଦନ ସେଠ, ଦୁର୍ଗା ମାଝି ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post