କୋରାପୁଟ :(ଆଜତକ୍ ଓଡ଼ିଶା) ସରକାରୀ ଉଚ୍ଚ ବିଦ୍ୟାଳୟ, ଜୟପୁରଠାରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ ପତ୍ର ପ୍ରଦାନ କରାଯାଇଛି। ପୁରାତନ ଛାତ୍ର ଛାତ୍ରୀଙ୍କ ବଦାନ୍ୟତା ତଥା ଅକୁଣ୍ଠ ସହଯୋଗରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରାଯାଇଛି। ବିଦ୍ୟାଳୟର କଳେବର ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇଛି । ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ, ବିଜ୍ଞାନାଗାର, ଖେଳପଡ଼ିଆର ଉନ୍ନତି, ବିଶୁଦ୍ଧ ପାନୀୟଜଳ ଓ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ସୁତରାଂ ବିଦ୍ୟାଳୟର ସାମଗ୍ରିକ ବିକାଶରେ ପୁରାତନ ଛାତ୍ରଛାତ୍ରୀଗଣ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମ ମେହେର ଧନ୍ୟବାଦ ଜ୍ଞାପନ ପତ୍ର ପ୍ରଦାନ କରିଥିଲେ। ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ଶିକ୍ଷକ ନରସିଂହ ପାଣିଗ୍ରାହୀ ଉପସ୍ଥିତ ଥିଲେ।ବରିଷ୍ଠ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଯଜ୍ଞେଶ୍ଵର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ ବିଶ୍ୱ ରଞ୍ଜନ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ପ୍ରଭାତୀ ପାଣିଗ୍ରାହୀ, ସୁବର୍ଣ୍ଣ କୁମାରୀ ଖିଲ, ଶୁଭ ସ୍ମିତା ସାହୁ, କଲ୍ୟାଣୀ ନାୟକ, ସୁଧା ପଟ୍ଟନାୟକ, ରଶ୍ମିତା ନାହାକ, ସାଗରୀକା ପାତ୍ର, ବନିତା ଶତପଥୀ, ସୁଚରିତା ପଟ୍ଟନାୟକ, ଅରୁନ୍ଧତୀ ତ୍ରିପାଠୀ, ପପିତା ପ୍ରଧାନ, ସସ୍ମିତା ଜେନା ଶିକ୍ଷକ ନରେଶ କୁମାର ଷଡ଼ଙ୍ଗୀ, ପ୍ରଭାତ କୁମାର ରଥ, ଦେବେନ୍ଦ୍ର ପାଢ଼ୀ, ଦୁର୍ଗା ପ୍ରସାଦ ପାତ୍ର, ହିତକର ଚରତି, ତନବୀର ମହମ୍ମଦ, ସୋମନାଥ ସାକିଆ, ଭଗବାନ ସାବତଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Post a Comment