ସ୍ବର୍ଗତ ପ୍ରଭୁଦାନ ଭତ୍ରାଙ୍କ ତିରୋଧାନ ଦିବସ ପାଳିତ


କୋରାପୁଟ (ଆଜତକ୍ ଓଡ଼ିଶା) ସ୍ଥାନୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ଏ.ଏନ. ଏମ ତାଲିମ କେନ୍ଦ୍ରଠାରେ ସ୍ବର୍ଗତ ପ୍ରଭୁଦାନ ଭତ୍ରା ସ୍ମୃତି ସଂସଦ ଓ ଫ୍ଲୋରେନ୍ସ ନାଇଟିଙ୍ଗେଲ ଏ.ଏନ.ଏମ. କେନ୍ଦ୍ର ଜୟପୁରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନର ସଭାପତି ଯଜ୍ଞେଶ୍ବର ପଣ୍ଡାଙ୍କ ସଭାପତିତ୍ୱରେ ସ୍ବର୍ଗତ ପ୍ରଭୁଦାନ ଭତ୍ରାଙ୍କ ତୃତୀୟ ତିରୋଧାନ ଦିବସ ପାଳିତ ହୋଇଯାଇଛି। ସ୍ବର୍ଗତ ଭତ୍ରାଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସାହିତ୍ୟିକ ଡ. ସୁରେଶ ଦାଶ ,ସମ୍ମାନିତ ବକ୍ତା ଭାବେ ଗାଳ୍ପିକା ଶୋଭାଗିନୀ ନନ୍ଦ ଏବଂ ସମ୍ମାନିତ ଅତିଥିଭାବେ ଯଥାକ୍ରମେ କବୟିତ୍ରୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଜାନକୀ ପାଣିଗ୍ରାହୀ ଏବଂ ସାହିତ୍ୟିକ ହରିହର କରସୁଧା ପଟ୍ଟନାୟକ ଯୋଗଦେଇ *ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସ୍ବର୍ଗତ ପ୍ରଭୁଦାନ ଭତ୍ରାଙ୍କ ଅବଦାନ* ସମ୍ପର୍କରେ ଆଲୋକପାତ କରିଥିଲେ। ସମବେତ ଭତ୍ରା ପ୍ରେମୀଙ୍କ ମଧ୍ୟରୁ ସୁଦୂର ଟିଟିଲାଗଡ଼ରୁ ଆସିଥିବା ଟିକିଲାଲ ବେହେରା, ଛାତ୍ରୀ ପୂଜା ଗଣ୍ଡା ସ୍ବର୍ଗତ ପ୍ରଭୁଦାନ ଭତ୍ରାଙ୍କ ସ୍ମୃତିଚାରଣ କରିଥିଲେ।ସମ୍ପାଦକ ପ୍ରକାଶ ମହାନନ୍ଦିଆ ସ୍ବର୍ଗତ ଭତ୍ରାଙ୍କ ସ୍ମୃତିଚାରଣ କରିବା ସହ ବିବରଣୀ ପାଠ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ କବି ଘାସିରାମ ମହାପାତ୍ର ଅତିଥିମାନଙ୍କ ପରିଚୟ କରିଥିବା ବେଳେ ଅନୁଷ୍ଠାନର ଛାତ୍ରୀବୃନ୍ଦ, କବି କୃଷ୍ଣଚନ୍ଦ୍ର ହୋତା ଓ ଘାସିରାମ ମହାପାତ୍ର ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।ସଭାପତି ଯଜ୍ଞେଶ୍ଵର ପଣ୍ଡାଙ୍କ ଅନୁରୋଧକ୍ରମେ ସ୍ୱର୍ଗତ ଭତ୍ରାଙ୍କ ଅପ୍ରକାଶିତ ପାଣ୍ଡୁଲିପିଗୁଡିକୁ ପୁସ୍ତକ ଆକାରରେ ପ୍ରକାଶ କରି ଲୋକଲୋଚନକୁ ଆଣିବାକୁ ତାଙ୍କ ସୁପୁତ୍ର ଗୌରବ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଏ.ଏନ.ଏମ.କେନ୍ଦ୍ରର ନିର୍ଦେଶକ ଗୌରବ ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ମହିମାମଣ୍ଡିତ କରିଥିବା ସହିତ୍ୟାନୁରାଗୀଗଣ ହେଲେ - ପୁଷ୍ପାଞ୍ଜଳି ରଥ , ଅଶୋକ ମହାରଣା, ଅଶୋକ କୁମାର ପୋଳେଇ,କବିତା ପଳେଇ,ପ୍ରମୋଦ ରାଉଳ, ରାଜକିଶୋର ସିଂ, ବିନୀତରାଜ ସତମନ,ଅଭିମନ୍ୟୁ ବେନ୍ୟାଙ୍କ ସମେତ ଅନୁଷ୍ଠାନର ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରୀଗଣ।

Post a Comment

Previous Post Next Post