ନୁଆପଡ଼ା: (ବିରବଲ ପ୍ରଧାନ)ନୂଆପଡା ଜିଲ୍ଲାପାଲଙ୍କ ସଦଭାବନା ସଭାଗୃହରେ ଆଜି ଜିଲାସ୍ତରୀୟ ଗ୍ରୀଷ୍ମପ୍ରବାହ ସୁପରିଚାଳନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଲାଣି। ଚଳିତବର୍ଷ ଏପ୍ରିଲ, ମେ, ଜୁନ ଓ ଜୁଲାଇରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପ୍ରବାହିତ ହେବା ସମ୍ଭାବନା ରହିଛି। ଅଂଶୁଘାତ ପ୍ରତି ସତର୍କ ହେବା ପାଇଁ ଲୋକଙ୍କୁ ସଚେତନ କରିବା ସହ ବିଦ୍ୟୁତ୍ ବିଭାଗ, ପାନୀୟ ଜଳ ବିଭାଗ ବିଭାଗକୁ ସତର୍କ ରହିବା ପାଇଁ
ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ଖରାରେ ବାହାରକୁ ଯାଆନ୍ତୁ ମାହିଁ, ଅତି ଜରୁରୀ କାର୍ଯ୍ୟ ପଡିଲେ ଯାଆନ୍ତୁ, ହାତରେ ଛତା, ପାଣି, ପାଦରେ ଚପଲ ବ୍ୟବହାର କରନ୍ତୁ। ମୁଣ୍ଡରେ ଓଦା କନା ବାନ୍ଧି ବାହାରକୁ ଯାଆନ୍ତୁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଘୋଷିତ ବିଦ୍ୟୁତ୍ କାଟ ସହ ଲୋ --ଭୋଲଟେଜ ପ୍ରତି ଦୃଷ୍ଟି ଦେବା ପାଇଁ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପରିମାଣରେ ଓଆରଏସ, ଔଷଧ ମହଜୁଦ୍ ରଖି ସଜାଗ ରହିବା ସହ ଜିଲ୍ଲାର ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ସହ ଆନୁଷଙ୍ଗିକ ସାମଗ୍ରୀ ରଖୁବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଜିଲାପାଳନିର୍ଦେଶ ଦେଇଛନ୍ତି। ଜିଲାର ୫ଟି ବ୍ଳକ ନୂଆପଡା, କୋମନା, ଖଡିଆଳ, ସିନାପାଲି, ବୋଡେନ ଏବଂ ୩ଟି ଏନଏସି ଖରିଆର ରୋଡ, ନୂଆପଡା ଓ ଖଡିଆଳର ଗ୍ରାମାଞ୍ଚଳରେ ଜଳଛତ୍ର ଖୋଲିବା ଆଲୋଚନା କରାଯାଇଥିଲା । ପାନୀୟ ଜଳ ସଙ୍କଟ ଦୂର ପାଇଁ ଜିଲାର ସହରାଞ୍ଚଳ ବା ଗ୍ରାମାଞ୍ଚଳରେ ଖରାପ ଥିବା ସବୁ ନଳକୂଅକୁ ଶୀଘ୍ର ମରାମତି କରିବା ପାଇଁ ପାନୀୟ ଜଳ ବିଭାଗକୁ ନିର୍ଦେଶ ଦେଇଥିଲେ। ଜୀବଜନ୍ତୁକୁ ଯତ୍ନନେବା ସହ ସରକାରଙ୍କ ଗାଇଡଲାଇନ ଅନୁସାରେ ସ୍କୁଲ, କଲେଜ ସକାଳୁଆ କରିବା, ଶ୍ରମିକମାନଙ୍କ କାର୍ଯ୍ୟ ସମୟ ପରିବର୍ତ୍ତନ କରିବା ସହ ପରିବହନ କ୍ଷେତ୍ରରେ ମଧ୍ୟ ସମୟ ପରିବର୍ତ୍ତନ କରିବା, ଜୀବଜନ୍ତୁ ସୁରକ୍ଷା ଦେବା ସହ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ବିଶେଷ ଦୃଷ୍ଟି ଦେବାକୁ ଜିଲାପାଳ ନିର୍ଦ୍ଦେଷ ଦେଇଛନ୍ତି। ଲୋକେ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଗାଁ ଗାଁ ଯାଇ ସଚେତନ କରିବାକୁ ବନ ବିଭାଗକୁ ମଧ୍ୟ ନିର୍ଦ୍ଦେଷ ଦିଆଯାଇଛି।
Post a Comment