ବ୍ଲକ ସ୍ତରୀୟ ବିଷୟ ବସ୍ତୁ ସମୃଦ୍ଧ ତାଲିମ ଶିବିର ଅନୁଷ୍ଠିତ


ପାଟଣାଗଡ଼ :୭/୦୩ (ଗଣେଶ ଦାସ) ଗତ ତା.୬/୦୩/୨୦୨୪ ରିଖ ଠାରୁ ୭/୦୩/୨୦୨୪ ରିଖ ପଯ୍ୟନ୍ତ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସର ରେ ଦୁଇଦିନ ଧରି ବ୍ଲକ୍ ସ୍ତରୀୟ ବିଷୟବସ୍ତୁ ସମୃଦ୍ଧ ତାଲିମ କାର୍ଯ୍ୟକ୍ରମ (ଗଣିତ ମଡ୍ୟୁଲ୍) ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରୁଦ୍ରଦେବ ଷଡ଼ଙ୍ଗୀ ଙ୍କ ତତ୍ତ୍ଵାବଧାନରେ ରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମ ର ପ୍ରଥମ ଦିନରେ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଐଶ୍ଵର୍ଯ୍ୟ ଶେଖର ଦେବତା ଅଧ୍ୟକ୍ଷତା କରିଥିଲେ । ରିଶୋର୍ସ ପାର୍ଷନ୍ ସୁଶିଲ ପୋଡ଼, ମୁକେଶ ସୁନା,ବଳରାମ ସୁନା ଓ ଗୋଲାପ ବିଶି ପ୍ରମୁଖ ଏହି ତାଲିମ ପ୍ରଦାନ କରିଥିଲେ । ଗଣିତ ବିଷୟରେ ସରଳ ତଥା ମନୋରଞ୍ଜନ କରି କିପରି ଭାବେ ଛାତ୍ରଛାତ୍ରୀଙ୍କୁ ବୁଝେଇ ହେବ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବରେ ଖପ୍ରାଖୋଲ ବିଇଓ ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ମାଝି ଯୋଗ ଦେଇ ସରକାରଙ୍କ ୫-ଟି ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ଏହି ୫-ଟି କୁ ସମସ୍ତେ ମାନି ଚଲିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ଟି ଖୁବ୍ ସୁଚାରୁରୂପେ ସମ୍ପାଦନ କରାଯାଇଥିବାରୁ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରର ସମସ୍ତ କର୍ମଚାରୀଙ୍କୁ ସମସ୍ତ ଆର୍ପିଙ୍କ ସମେତ ତାଲିମ ନେଉଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବହୁତ୍ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଉସତ ଗଡତୀଆ, ଗୌର ମାଝୀ, ଦୀପାଞ୍ଜଳି ପ୍ରଧାନ, ଝରଣା ଆକାର ରଥ ଗୁରୁ, କୃଷ୍ଣଧର୍ ପାତ୍ର, ଡୋଳାମଣି ପଧାନ, କାହ୍ନୁ ଚରଣ ସାହୁ, ଦୁର୍ଯୋଧନ ସାହୁ, ଅଲେଖ ସ୍ୱାଇଁ, ରମେଶ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post