ନୁଆପଡ଼ା ଓ ଖଡିଆଲ ବିଧାନ ସଭାରୁ ଲଢିବେ ଆଦିବାସୀ ପ୍ରାର୍ଥୀ


ନୂଆପଡ଼ା (ବିରବଲ ପ୍ରଧାନ) କେନ୍ଦ୍ର ତଥା ରାଜ୍ୟ ସରକାର ଆଦିବାସୀଙ୍କୁ ଅଣଦେଖା କରୁଛନ୍ତି। ସରକାରଙ୍କ କାର୍ଯ୍ୟକଳାପ ଉପରେ ଆମେ ଆଦିବାସୀ ସନ୍ତୁଷ୍ଟ ନୋହୁଁ ନୂଆପଡା ଜିଲାରେ ପୁରୋଧା ଭାବେ ଆଦିବାସୀ ରହିଥିଲେ। ପୂର୍ବତନ ଆଦିବାସୀମାନେ ରହିଥିଲେ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମାଝି, ସ୍ବର୍ଗତ ଦୁର୍ଯ୍ୟୋଧନ ମାଝି, ବରିଷ୍ଠ ସାମାଜିକ କର୍ମୀ ଓଁକାର ମାଝି ଭଳି ଆଦିବାସୀ ନେତା ରହିଥିଲେ। ଜିଲା ଗଠନରେ ବା ଅନ୍ୟ କୌଣସି ବିକାଶମୂଳକ କାର୍ଯ୍ୟରେ ଆଦିବାସୀ ନେତାମାନଙ୍କ ଉତ୍ତରାକାରୀମାନେ ଥିଲେ ମଧ୍ୟ ଅବଦାନ ରହିଛି। ବର୍ତ୍ତମାନ ଅଣଦେଖା କରାଯାଉଛି ଓ ଆଦିବାସୀଙ୍କ ତାଙ୍କର ଭୋଟକୁ ହାତେଇ ଚାଲିଛନ୍ତି ବୋଲି ଜିଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ପକ୍ଷରୁ ଖୁଣ୍ଟିଆ (ଏବିଟି) ସମ୍ମିଳନୀ କକ୍ଷରେ ଶୁକ୍ରବାର ଆଦିବାସୀ କର୍ମୀ ଓ ଖବରଦାତା ସମ୍ମିଳନୀରେ ଆଦିବାଦୀ କଲ୍ୟାଣ ସଂଘ ବରିଷ୍ଠ ନେତା ଚିତ୍ତରଞ୍ଜନ ବନଗୋଲା ଅଭିଯୋଗ କରିଛନ୍ତି। ବିଜେଡି ବିଧାନସଭା ଓ ଲୋକ ସଭା ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଅନ୍ୟ ଦୁଇ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରି ନାହାନ୍ତି I ଆଦିବାସୀମାନଙ୍କୁ ନୂଆପଡା ଓ ଖଡିଆଳ ବିଧାନସଭା ଆସନରେ ପ୍ରାର୍ଥୀ ଦେବା ସହ କଳାହାଣ୍ଡି ଲୋକ ସଭାରେ ଆଦିବାସୀ ପ୍ରାର୍ଥୀ ଦିଆଯାଉ ବୋଲି ଆଦିବାସୀ ନେତା ଭାନୁ ପ୍ରତାପ ସିଂ ମାଝି ଦାବି କରିଛନ୍ତି । ଆଦିବାସୀ ମାନଙ୍କୁ ଯେ କୌଣସି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କଲେ ସେହି ଦଳକୁ ସମର୍ଥନ ଜଣାଇବୁ I ଯଦି କୌଣସି ଦଳ ଆଦିବାସୀମାନଙ୍କୁ ପ୍ରାର୍ଥୀ ନ କରନ୍ତି, ସେହି ଦଳକୁ ଆଦିବାସୀଙ୍କ ପକ୍ଷରୁ ଅସଯୋଗ କରିବୁ ବୋଲି ଘାସିରାମ ମାଝି ପ୍ରକାଶ କରିଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୩ ହଜାର ଆଦିବାସୀ ଭୋଟ ରହିଥ‌ିବା ବେଳେ ଖଡିଆଳ ନିର୍ବାଚନ ମଣ୍ଡଳୀରେ ୯୮ ହଜାର ଆଦିବାସୀ ଭୋଟ ରହିଛି। ସମସ୍ତ ଆଦିବାସୀ ଏକତ୍ରିତ ହୋଇ ଅନ୍ୟ କୌଣସି ସଭା ସମିତି କୁ ମହିଳା କିମ୍ବା ପୁରୁଷମାନଙ୍କୁ ଯିବା ପାଇଁ ବାରଣ କରାଯିବ। ଆଦିବାସୀ ଲୋକଙ୍କୁ ସଭା ସମିତିକୁ ଡାକି ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ହାତେଇ ନେଉଛନ୍ତି। ଆଦିବାସୀ ଭୋଟରେ ବିଜୟୀ ହୋଇ ଅଣଦେଖା କରାଯାଉଛି। ଆଦିବାସୀମାନେ ଶକ୍ତି ପ୍ରଦର୍ଶନ କରି ନିର୍ବାଚନରେ ବିଜୟୀ ହୋଇ ଦେଖେଇ ଦେବୁ ବୋଲି ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଆମେ ହେଲୁ ମୂଳ ନିବାସୀ, ଆଦିବାସୀର ମାଟି, ବୋଲି ଏକତାର ଏକ କମାଣ୍ଡ ସବୁ ଆଦିବାସୀ ଏକ ସମାନ ବୋଲି ନାରା ଦେଇଥିଲେ। ଆଦିବାଦୀ କଲ୍ୟାଣ ସଂଘ ବରିଷ୍ଠ ଚିତ୍ତରଞ୍ଜନ ବନଗୋଳାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଘାସିରାମ ମାଝି,ଖାମସି ମାଝି, ବାଳକୃଷ୍ଣ ଶବର, ଭାନୁ ପ୍ରତାପ ସିଂ ମାଝି, ସରୋଜିନି ମାଝି, ସୋମନାଥ ଖମାରୀ, ବଟକୃଷ୍ଣ ପରୁଆ, ପ୍ରସନ୍ନ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଭକ୍ତବନ୍ଧୁ ଧରୁଆ ସଭା ପରିଚାଳନା କରିଥିବା ବେଳେ ହରି ମାଝି, ବିରଞ୍ଚୁ ବାଗ, ବିଜୟ ଶଙ୍କର ମାଝି, ତିରତ ରାମ ମାଝି, ଭକ୍ତରାମ ଶବର, କନସନ ଧରୁଆ, ଶତୃଘନ ମାଝି, ପବନ ସିଂ ଶବର, ସୁବୁଦ୍ଧି ଶବର, କମଲେଶ ସିଂ ଠାକୁର, ଗୌତମ ମାଝି, ଅରୁଣ ସୁନାନୀ ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post