ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅଧୀନ ଏନଏଚ୍ ୩୫୩ର ଦେଓବାହାଲ ଗ୍ରାମଠାରେ ଟ୍ରକ ଧକ୍କାରେ ରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ, ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିକ୍ରାପଡା ଗ୍ରାମର କ୍ଷୀରସିନ୍ଧୁ ମାଝୀ (୫୦) ବୁଧବାର ରାତିରେ ଏକ ବାଇକ (ଓଡି ୨୬ ବି ୦୩୩୮)ରେ ଖଡ଼ିଆଳରୁ ନୂଆପଡ଼ା ଦିଗକୁ ଯାଉଥିଲେ। ବିପରୀତ ଦିଗରୁଆ ସୁଥିବା ଟ୍ରକ (ସିଜି ୦୭ ପିଏଚ୍ ୯୩୯୦) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି । ପୁଲିସ ଟ୍ରକକୁ ଅଟକ ରଖିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଏସଆଇ ସୁବୋଧ କୁଜୁର ପ୍ରକାଶ କରିଛନ୍ତି ।

Post a Comment