ନୁଆପଡ଼ା (ପରମେଶ୍ବର ମେହେର)CRPF 216 ବାଟାଲିୟନରେ ନିଯୁକ୍ତ ହୋଇଥିବା ହେଡ କନଷ୍ଟେବଳ ଅଶୋକ କୁମାର ନାଗର (55) ସୋମବାର ହଠାତ୍ ମୃତ୍ୟୁ ବରଣ କରିଛନ୍ତି। ମଙ୍ଗଳବାର ପୋଷ୍ଟମର୍ଟମ ପରେ ମୃତଦେହକୁ ଗାଁକୁ ପଠାଯାଇଛି। ହେଡ କନଷ୍ଟେବଳ ଅଶୋକ ଉତ୍ତରପ୍ରଦେଶର ଗୌତମ ବୁଧ ପୁର ବାସିନ୍ଦା ଥିଲେ। କୁହାଯାଉଛି ଯେ ଅଶୋକ ସୋମବାର ନିଜେ ଛୁଟିରୁ ଫେରିଥିଲେ। ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା। ଦାତୁନାମା କ୍ୟାମ୍ପରୁ ତାଙ୍କୁ ସିଲଦାର 216 ବାଟାଲିୟନର ମୁଖ୍ୟାଳୟକୁ ଅଣାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ସିଲଦା କ୍ୟାମ୍ପରୁ ନୁଆପଡା ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲେ। ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହକୁ ମୁଖ୍ୟାଳୟକୁ ଅଣାଯାଇଥିଲା। CRPF ଅଧିକାରୀ ଏବଂ ସମସ୍ତଜବାନ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ତା’ପରେ ଶବକୁ ଆମ୍ବୁଲାନ୍ସ ଯୋଗେ ରାୟପୁର ବିମାନବନ୍ଦରକୁ ଏବଂ ସେଠାରୁ ବିମାନ ଯୋଗେ ଦିଲ୍ଲୀ ପଠାଯାଇଥିଲା। ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଅଶୋକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ ।

Post a Comment