ସିନାପାଲି:୦୧/୦୩ (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମ ସମେତ ସିନାପାଲି ଅଂଚଳରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜ୍ଯୋତିରଥକୁ ଭବ୍ଯ ସ୍ୱାଗତ ସହ ପୂଜାଅର୍ଚ୍ଚନା କରାଯାଇଛି । ନିଖିଳ ଓଡ଼ିଶା ମେହେର ସମାଜ ପକ୍ଷରୁ କବିପୀଠ ବରପାଲି ଠାରେ ଆସନ୍ତା ମାସରେ ହେବାକୁ ଥିବା କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଉତ୍ସବକୁ ନେଇ ଜନଜାଗରଣ ସୃଷ୍ଟି ଲକ୍ଷ୍ଯରେ ଗତ ୧୮ ତାରିଖ ବରପାଲି ଠାରୁ ବାହାରି ଥିବା ଏହି ରଥ ବିଭିନ୍ନ ଜିଲ୍ଲା ଦେଇ ହାତୀବନ୍ଧା ଠାରେ ନୂଆପଡ଼ା ଜିଲ୍ଲାକୁ ପ୍ରବେଶ କରିଥିଲା । ହାତୀବନ୍ଧାର ମେହେର ସମାଜ ଓ ଅନ୍ଯାନ୍ଯ ବୁଦ୍ଧିଜୀବୀ ରଥକୁ ସ୍ବାଗତ କରିବା ସହ ଗ୍ରାମ୍ଯ ପରିକ୍ରମା କଲା ପରେ ଜିଲ୍ଲା ମେହେର ସମାଜର ସାଧାରଣ ସଂପାଦକ ସୁରେଶ୍ୱର ମେହେରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଜୋନାଲ ସଂପାଦକ ନବୀନ ଚଂଦ୍ର ମେହେର, ସିନାପାଲି ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର ଉଦବୋଧନ ଦେଇଥିଲେ । ଜିଲ୍ଲା ସଂପାଦକ ରୂପେଶ ଚଂଦ୍ର ମେହେର ଧନ୍ଯବାଦ ଦେଇଥିଲେ । ଏହା ପରେ ଜ୍ଯୋତିରଥ ସିନାପାଲି ସହର ପରିକ୍ରମା କରିଥିବା ବେଳେ ଶୋଭାଯାତ୍ରାରେ ଗ୍ରାମ୍ଯ ମେହେର ସମାଜ, ଜିଲ୍ଲା ମେହେର ସମାଜ, ମେହେର ଯୁବା ମଂଚ, ଗଙ୍ଗାଧର ସାରସ୍ବତ ସମିତିର ସଦସ୍ଯ ସମେତ ବିଭିନ୍ନ ବିଦ୍ଯାଳୟ ମହାବିଦ୍ଯାଳୟର ଛାତ୍ରଛାତ୍ରୀ ଓ ଶତାଧିକ ଗଙ୍ଗାଧର ପ୍ରେମୀ ଭଦ୍ର ବ୍ଯକ୍ତି, ମାଆଭଉଣୀ ଉପସ୍ଥିତ ରହି କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସିନାପାଲି ଠାରେ ନିଖିଳ ଓଡ଼ିଶା ମେହେର ସମାଜର ଉପଦେଷ୍ଟା ଡମ୍ୱରୁଧର ମେହେର,ଗ୍ରାମ୍ଯ ସଭାପତି ଟେଣୋ ମେହେର, ବରିଷ୍ଠ ସଦସ୍ଯ ପୂର୍ଣ୍ଣଚଂଦ୍ର ମେହେର, କ୍ଷିରସିନ୍ଧୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ନୂଆପଡ଼ା ଜିଲ୍ଲା ମେହେର ସମାଜର ନେତୃତ୍ୱରେ ଜ୍ଯୋତି ରଥ ଯୋଗିବାହାଲ, ବରଗାଁ, ଗଣ୍ତାବାହାଲି, ଡୁଆଝର, ଖଡ଼ିଆଳ, ଭୁଲିଆ ସିକୁଆଁ, ତୁକୁଲା ଆଦି ଗ୍ରାମ ପରିକ୍ରମା କରିଥିବା ବେଳେ ସବୁଠି କଳସ ସ୍ଥାପନ ଓ ବନ୍ଧାପନା କରି ଭବ୍ଯ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି ।
ସିନାପାଲି ଅଂଚଳରେ ଗଙ୍ଗାଧର ଜ୍ଯୋତି ରଥକୁ ଭବ୍ଯ ସ୍ବାଗତ
ଆଜତକ ଓଡ଼ିଶା
0
Post a Comment