କୋମନା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ଥାନା ଆଗ୍ରେନ ପଞ୍ଚାୟତରେ ବେଆଇନ ମଦ କୋଠି ବନ୍ଦ କରିବା ଦାବିରେ ବୁଧବାର ଶତାଧିକ ମହିଳା ଜିଲାପାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନାଏବ ସରପଞ୍ଚ ମୟୂରୀ ନିଆଲଙ୍କ ନେତୃତ୍ୱରେ ସ୍ଵୟଂ ସହାୟକ ଦଳର ଶତାଧିକ ମହିଳା ଜିଲାପାଳ ହେମକାନ୍ତ ସାଏଙ୍କୁ ସାକ୍ଷାତ କରି ବେଆଇନ ଭାବେ ଛାଲିଥିବା ଦେଶୀ ମଦ କୋଠି ବନ୍ଦ କରିବା ପାଇଁ ଦାବି କରିଛନ୍ତି। ଆଗ୍ରେନ ପଞ୍ଚାୟତର ସୋଲବନ୍ଧ, ଆଗ୍ରେନ, ଉଲଭା, ବଘାମୁଣ୍ଡା ଗାଁରେ ଦିନକୁ ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବୃଦ୍ଧି ପାଇବାରେ ଲାଗିଛି। ଆଦିବାସୀ ଅଧ୍ୟୁଷିତ ଗାଁରେ ବେଆଇନ ଭାବେ ମଦ କୋଠି ଚାଲିଥିବା ଯୋଗୁ ଲୋକେ ମଦ ପିଇ ସର୍ବସ୍ୱାନ୍ତ ହେଉଛନ୍ତି। ମଦ କୋଠି ହେବା ଦ୍ବାରା ଅଞ୍ଚଳରେ ଆସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଗାଁ ଦାଣ୍ଡରେ ମହିଳାମାନେ ଏକାକି ଚାଲି ପାରୁନାହାନ୍ତି। ଏଥିରେ ଛୋଟ ଛୋଟ ସ୍କୁଲ ପିଲା ମଧ୍ଯ ବାଦ ପଡିନାହାନ୍ତି । ମଦ କୋଠି ବନ୍ଦ କରିବା ପାଇଁ ଅଞ୍ଚଳବାସୀ କୋମନା ଥାନାରେ ଅନେକ ଥର ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି । କୋମନା ମଦ ଭାଟିକୁ ଯାଇ ମ୍ୟାନେଜରଙ୍କୁ ମଧ୍ୟ ଜଣାଇ ସାରିଲେଣି। ଏ ଥର ମଦ କୋଠି ବନ୍ଦ ନ ହେଲେ ପଞ୍ଚାୟତର ୫୦ଟି ସ୍ବୟଂ ସହାୟକ ମହିଳା ଦଳ ଶତାଧିକ ମହିଳା ଥାନା ଓ ଭାଟି ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ରାମଶିଳା ସୁନାନୀ, ରେବତି ଆଡବଙ୍ଗ, ଘସେନ ନିଆଲ, ପ୍ରଫୁଲ ନିଆଲ, ରଜନୀ ଆଡବଙ୍ଗ, ତୁଳମଣି ନିଆଲ, ସୁକାନ୍ତି ଜଗତ, ବୁଡୁଦେଇ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment