ବିଜେପିର କର୍ମୀ ସମ୍ମୀଳନୀ ଓ ମିଶ୍ରଣପର୍ବ ଅନୁଷ୍ଠିତ


ପାଟଣାଗଡ ୧୫/୦୩ (ଗଣେଶ ଦାସ) ପାଟଣାଗଡ ଏନ୍ଏସି ସ୍ଥିତ ବିଜେପି କାର୍ଯ୍ୟାଲୟ ପରିସରରେ ବିଜେପି କର୍ମୀ ସମ୍ମୀଳନୀ ଓ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଓ ପୁର୍ବତନ ମନ୍ତ୍ରୀ ତଥା ପୂର୍ବତନ ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂହଦେଓ ଯୋଗଦେଇଥିଲେ । ସମ୍ନାନିତ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ସଭାପତି ଶୀବାଜୀ ମହାନ୍ତି,ବିଜେପି ପୁର୍ବତନ ରାଜ୍ୟ ଉପସଭାପତି ଡ଼. ଓମ୍ ପ୍ରକାଶ ଜୋସି ଉପସ୍ଥିତରହି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଉଜ୍ଜଳା ଯୋଜନା, ଗରିବ ଅନ୍ନଦାତା ଦାତା କଲ୍ୟାଣ ଯୋଜନା ହରଘର ନଳ ଯୋଜନାସହ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ଉପରେ ଉପସ୍ଥିତଥିବା କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ । ନଗର ସଭାପତି ସୁଶାନ୍ତ ମହାନ୍ତି ସଭା ପରିଚାଲନା କରିଥିବା ବେଲେ ପାଟଣାଗଡ ଏନ୍ଏସି ସ୍ଥିତ ୪ ଓ ୫ ନଂ ୱାର୍ଡର ୫୦ ଜଣ ଯୁବକ ବିଜେପିରେ ଯୋଗଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଏନ୍ଏସିର ସମସ୍ତ ୱାର୍ଡର ଶତାଧିକ ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ଥିଲେ ।

Post a Comment

Previous Post Next Post