ନୂଆପଡ଼ା (ବିରବଲ ପ୍ରଧାନ) ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ' ଷ୍ଟୁଡେଣ୍ଟ ଆପ ' କୁ ଖଡ଼ିଆଳ ବିଧାୟକ ଶ୍ରୀଯୁକ୍ତ ଅଧୀରାଜ ମୋହନ ପାଣିଗ୍ରାହୀ ଉଦଘାଟନ କରି ଏହା ଖଡିଆଳ ମହାବିଦ୍ୟାଳୟ କୁ ଡିଜିଟାଲ ପଥରେ ଆଗେଇ ନେଇଥିବା ଯୋଗୁ ପରିଚାଳନା କମିଟି ର ଅଧ୍ୟକ୍ଷ ଶ୍ରୀ ବିଶ୍ୱଜିତ ପାଢ଼ୀ ଓ କଲେଜ ର କର୍ମଚାରୀ ମାନଙ୍କର ଭୁୟସୀ ପ୍ରଶଂସା କରିଥିଲେ. କଲେଜ କୁ ଏପରି ବିକାଶ ଧାରା ରେ ଆଗେଇନେଲେ ଆଗାମୀ ଦିନରେ ଏହାକୁ ଏକ ବିଶ୍ବବିଦ୍ୟାଳୟ ରେ ପରିଣତ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ବିଶ୍ୱଜିତ ପାଢ଼ୀ କହିଥିଲେ, ଏହି ଆପ୍ପ ଦ୍ୱାରା ଛାତ୍ର ଛାତ୍ରୀ ମାନେ ନିଜର ପରୀକ୍ଷା ଫଳ ଓ ପ୍ରମାଣପତ୍ର ପାଇବା ଛଡା ସମସ୍ତ ଦେୟ କ୍ଯୁଆର କୋଡ଼ କୁ ସ୍କେନ କରି ଦେଇପାରିବେ । ଏହା ଦ୍ୱାରା କଲେଜ ରେ ଅଧିକ ସ୍ୱଚ୍ଛତା ଆସିବ ବୋଲି ସେ ମତ ପ୍ରକଟ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତରୁଣ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିଲେ ଓ ଆପ ବ୍ୟବହାର କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ।ଯୁକ୍ତଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ଆପ ଦ୍ୱାରା ପିଲାମାନେ କଲେଜ ସମ୍ପର୍କରେ ସବୁ ନୋଟିସ ପାଇପାରିବେ ବୋଲି କହିଥିଲେ ଛାତ୍ର କଲ୍ୟାଣ ପରିଚାଳନା ଅଧ୍ୟକ୍ଷ ପ୍ରାଧ୍ୟାପକ ଡ଼କ୍ଟର ପଦ୍ମଲୋଚନ ବର୍ମା । ଛାତ୍ର ଛାତ୍ରୀ ମାନେ ଏହାଦ୍ୱାରା ପରୀକ୍ଷା ର ଫର୍ମ ଭରିବା ଠୁଁ ଫଳାଫଳ ପାଇପାରିବେ ବୋଲି ଜଣାଇଥିଲେ । ଏହା ଆପ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ କଲେଜ ଫିଜ ନୋଟିସ, ହଷ୍ଟେଲ ଫିଜ ନୋଟିସ, ଲାଇବ୍ରେରୀ ସୁବିଧା , ତଥା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇପାରିବେ । ଏହି ଆପ୍ କୁ ଛାତ୍ରଛାତ୍ରୀ ମାନେ ପ୍ଲେ ଷ୍ଟୋର ରୁ ଡାଉନଲୋଡ଼ କରି ବ୍ୟବହାର କରିପାରିବେ ବୋଲି ସୂଚନା ଦିଆଯାଇଥିବାବେଳେ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧ୍ୟାପକ ତଥା ଅଧ୍ୟାପିକା ସହ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଡ଼. ସରୋଜ ପଣ୍ଡା ଧନ୍ୟବାଦ ଦେଇଥିଲେ । ଏହା ଜାଣି ଛାତ୍ରଛାତ୍ରୀଙ୍କ ମନରେ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା ।

Post a Comment