ସିନାପାଲି:୧୪/୦୩ (ପରମେଶ୍ବର ମେହେର) ସିନାପାଲି ଅଂଚଳର କଳା,ସାହିତ୍ଯ, ସଂସ୍କୃତିର ମହାପର୍ବ ଉଦନ୍ତୀ ମହୋତ୍ସବ ଆଜି ଶୁକ୍ରବାର ଠାରୁ ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ଯାୟରେ ପହଂଚିଛି । ଚଳିତ ବର୍ଷ ଅଂଚଳର ବିଭିନ୍ନ ମନ୍ଦିର ଓ ପର୍ଯ୍ଯଟନ ସ୍ଥଳକୁ ନେଇ ସ୍ୱତଂତ୍ର ଭାବରେ ତିଆରି ହୋଇଥିବା ମଂଚ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ । ଏ ଅବସରରେ କଳାହାଣ୍ତି, ବଲାଙ୍ଗିର, ବରଗଡ଼, ରାୟଗଡ଼ା ଆଦି ରାଜ୍ଯର ବିଭିନ୍ନ ଜିଲ୍ଲାର ଲୋକକଳା ଓ ଛତିଶଗଡ଼ର ପ୍ରସିଦ୍ଧ ଲୋକନୃତ୍ଯ "ଅମୃତ ଧାରା" ମହୋତ୍ସବ ମଂଚରେ ପରିବେଷଣ ହେବ । ଶେଷ ସଂଧ୍ଯାରେ ପ୍ରସିଦ୍ଧ ଷ୍ଟାର ଗାୟିକା ଅସୀମା ପଣ୍ତା ଓ ଗୄପ ନିଜର କଳା ପ୍ରଦର୍ଶନ କରିବେ । ସେହିପରି ତିନିଦିନ ବ୍ଯାପୀ ଅନୁଷ୍ଠିତ ହେଉଥିବା ମହୋତ୍ସବ ଭିନ୍ନଭିନ୍ନ ସାଂସ୍କୃତିକ ସଂଧ୍ଯାରେ ମଂତ୍ରୀ ରାଜେଂଦ୍ର ପ୍ରସାଦ ଢୋଲକିଆ, ଲୋକସଭା ସାଂସଦ ବସନ୍ତ ପଣ୍ତା, ରାଜ୍ଯସଭା ସଦସ୍ଯ ସୁଜିତ କୁମାର, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ଯକ୍ଷା ଡଲି ମାଝୀ ପ୍ରମୁଖ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି । ଚଳିତ ବର୍ଷ ମହୋତ୍ସବ କମିଟିର ସଭାପତି ଭାବରେ ନୀଳମଣି ମେହେର, କାର୍ଯ୍ଯକାରୀ ସଭାପତି ରବୀଂଦ୍ର ନାଥ ଯୋଷୀ, ସାଧାରଣ ସଂପାଦକ ବୈଷ୍ଣବ ମେହେର, ଉପସଭାପତି ଶଶୀଭୂଷଣ ମାଝୀ, ପ୍ରଦୀପ ଜୈନ, ଲିଙ୍ଗରାଜ ଘିଭେଲା, ପ୍ରିୟ ରଞ୍ଜନ ମେହେର, ଅଜିତ ଯୋଷୀ, ରାକେଶ ମେହେର, ସହ ସଂପାଦକ ମନୀଷ ପଟେଲ, ବଂଶୀଧର ଜଗତ, ଜିତୁ ମେହେର, ଦିବ୍ଯ ରଞ୍ଜନ ନାଏକ, ଆଲୋକ ମେହେର, ସୁରଜ ମେହେର, ରଜନୀ ମାଝୀ, ଜଗନ୍ନାଥ ସାଗର, ପ୍ରବୀଣ ମେହେର, ସାନୁର୍ଯ୍ଯ ମେହେର, କୋଷାଧ୍ଯକ୍ଷ ଶିବ ପ୍ରସାଦ ମେହେର ପ୍ରମୁଖ ରହିଛନ୍ତି । କାର୍ଯ୍ଯକ୍ରମରେ ପ୍ରବଳ ଜନସମାଗମକୁ ଦୄଷ୍ଟିରେ ରଖି ମହୋତ୍ସବ ପାଳନ କମିଟି ଓ ସ୍ଥାନୀୟ ପୋଲିସ ବିଭାଗ ତରଫରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିବା ଜଣାପଡ଼ିଛି ।

Post a Comment