ନୂଆପଡା (ପରମେଶ୍ବର ମେହେର) ଗରିବସେନା ସଂଗଠନ ତରଫରୁ କୋମନା ବ୍ଲକ ର କୋନାବିରା ପଞ୍ଚାୟତ ରୁ ଶତାଧିକ ଗରିବସେନା କର୍ମୀମାନେ ବାଇକ ଯୋଗେ ନୂଆପଡା ଦେଇ ଖରିଆର ରୋଡ଼ ରେ ପହଞ୍ଚିଥିଲେ ପରେ ଖରିଆର ରୋଡ଼ ରୁ ବାଇକ ଯୋଗେ ନୂଆପଡା ପୁଲିସ ପଡିଆରେ ପହଞ୍ଚି ଥିଲେ। ପରେ ନୂଆପଡା ଗରିବସେନା ର ଅଧ୍ୟକ୍ଷ ରବି ମଙ୍ଗରାଜ ଙ୍କ ନେତୃତ୍ୱ ରେ ପୁଲିସ ପଡିଆରୁ ପଦଯାତ୍ରା ବାହାରି ନୂଆପଡା ଜିଲ୍ଲାପାଳ କାର୍ଯାଳୟ ରେ ପହଂଚିଥିଲେ । ଗରିବସେନା କର୍ମୀ ଓ ପୁଲିସ ସହ ଧସ୍ତାଧସ୍ତି ପରେ ମୂଖ୍ୟ ଗେଟ ଖୋଲି ଜିଲ୍ଲାପାଳ ପରିସର ଭିତରେ ପଶି କାର୍ଯାଳୟ ଗେଟ ସମ୍ମୁଖରେ ଗରିବସେନା କର୍ମୀମାନେ ତାଳି ମାରି ନବୀନ ସରକାର ଙ୍କୁ ବିରୋଧ କରିଥିଲେ ଏନେଇ ଗରିବସେନା ପକ୍ଷରୁ ମୂଖ୍ୟ ୩୫ ଦଫା ଦାବି ପତ୍ର ନେଇ ଦାବି ପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ରେ ମୂଖ୍ୟ ପ୍ରସଙ୍ଗ ହେଉଛି ସ୍ବତନ୍ତ୍ର ବିକାଶ ପରିଷଦ ପାଣ୍ଠି ରୁ ନୂଆପଡା ଜିଲ୍ଲା କୁ ବାର୍ଷିକ ୧୦୦୦ କୋଟି ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି, ଆନ୍ଦୋଳନ କାରି ମାନେ ହେଲେ ଗଦାଧର ମାଝୀ,ତରୁଣ ତାଣ୍ଡି, ଦେବେନ୍ଦ୍ର ବାଗ, ମହେଶ ସୁନା, ହରି କୁଲଦୀପ,ଦିଗବିଜୟ ଦାସ ସମେତ ପ୍ରମୁଖ ସଦସ୍ୟ ମାନେ ସାମିଲ ଥିଲେ ।
ନୂଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ
Post a Comment