କଣ୍ଟାବାଞ୍ଜି , ୦୩/୦୩, (ଆଜତକ ଓଡ଼ିଶା) ସ୍ୱାସ୍ଥ୍ୟ ହେଉଛି ମନୁଷ୍ୟର ଅମୂଲ୍ୟ ସମ୍ପଦ , ସ୍ୱାସ୍ଥ୍ୟ ଭଲ ରହିବ ତେବେ ଆମେ ଭଲ ରହିବା । ସ୍ୱାସ୍ଥ୍ୟ ଭଲ ରହିବ ବୋଲି ଲୋକେ ସବୁ କିଛି କରିଥାନ୍ତି । ତେବେ କଣ କରିବା କଥା କଣ କଲେ ସ୍ୱାସ୍ଥ୍ୟ ଭଲ ରହିବ ସେନେଇ ଲୋକେ ଅବଗତ ନଥିବା ଯୋଗୁ ସବୁ ସମୟରେ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ନିଜ ସ୍ୱାସ୍ଥ୍ୟକୁ କେମିତି ଭଲରେ ରଖିବା ସେନେଇ ଏକ ଆଲୋଚନା ଚକ୍ର କଣ୍ଟାବାଞ୍ଜି ବନମାଳୀ ମ୍ୟାରେଜ ପେଲେସରେ ରାୟପୁର ନାରାୟଣ ଏମଏମଆଇ ଡାକ୍ତରଖାନା ପକ୍ଷରୁ ପ୍ରେସ କ୍ଲବ କଣ୍ଟାବାଞ୍ଜି ସହଯୋଗରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଏଚ.ପି. ସିହ୍ନା , ପ୍ରେସ କ୍ଲବ ସଭପତି ପ୍ରଭଜିତ ସିଂ ସାଲୁଜା , କାର୍ଯ୍ୟକ୍ରମ ପ୍ରଜେକ୍ଟ ଚେୟାରମ୍ୟାନ ଆଶିଷ ଖେତାନ , କାର୍ଯ୍ୟକାରି ସଭାପତି ସୁରଦାସ ବାଗ , କୋଷାଧକ୍ଷ କମଳଜିତ ସିଂ ମାଖିଜା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରେସ କ୍ଲବ ଅନୁଷ୍ଠାନକୁ ସମାଜସେବା କାମ ପାଇଁ ସହ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏମଏମଆଇ ନାରାୟଣ ଡାକ୍ତରଖାନା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି କୋଶଲେଶ୍ଵରୀ ଯୁବ ମାଳୀ ସମାଜକୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ ପାଇଁ ସମ୍ବର୍ଦ୍ଧନା କରାଗଲା । ସଭା ଶେଷ ହେବା ପରେ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ପକ୍ଷଘାତ ଏବଂ ମସ୍ତିକ ଆଘାତ ରୋଗ ବିଷୟରେ ଟିକି ନିଖି ସଚେତନ କରିଥିଲେ । କାହିକି ଏହି ରୋଗ ହୋଇଥାଏ , ରୋଗର ନିରାକରଣ , ରୋଗ ହେବା ଲକ୍ଷଣ ହେବା ପରେ ପ୍ରାଥମିକ ଚିକିତ୍ସା କଣ ରହିବା କଥା ସେନେଇ ଲୋକଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜନସାଧାରଣ ମଧ୍ୟ ଡାକ୍ତରଙ୍କୁ ରୋଗ ବିଷୟରେ ପ୍ରଶ୍ନ ପଚାରିଥିଲେ । ଡାକ୍ତର ସମସ୍ତଙ୍କୁ ଉତ୍ତର ଦେଇଥିଲେ । ପାୟୋର ରିଲେସନ ଡେପୁଟିମ୍ୟାନେଜର ଖୋମେଶ୍ଵର ଲେହରେ, ତରୁନ୍ଦ୍ର ସିଂଙ୍କୁ ପ୍ରେସ କ୍ଲବ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ଵତନ୍ତ୍ର ଅତିଥି ଭାବେ ଏନଏସସି ନଗରପାଳ ବରିୟମ ସିଂ ସାଲୁଜା , ଡାକ୍ତର ଗୋବିନ୍ଦ ଅଗ୍ରୱାଲ , ଡାକ୍ତର ଅମଜଦ ଖାଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରେସ କ୍ଲବ ଉପସଭାପତି ମନୋଜ ଶର୍ମା , ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରେସ କ୍ଲବ ଉପସଭାପତି ରଶ୍ମି ରଞ୍ଜନ ପୁଟେଲ , ଅଫିସ ସମ୍ପାଦକ ବିସିକେଶନ ମାଝି , ପରାମର୍ଶଦାତା ଆନନ୍ଦ ମୋଟେ , ଦିପକ ଯାଦବ , ଅନିଲ ତ୍ରିପାଠୀ , ଦେବେଶ ସିଂଘଳ, ଅମିତ ଶର୍ମା , କମଳ ଅଗ୍ରୱାଲ , ଜଗମୋହନ ତାଣ୍ଡି , ଶୈଳେନ୍ଦ୍ର ଜୈନ ସହ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ସହଯୋଗ କରିଥିବା ବେଳେ ସହରର ବିଭିନ୍ନ ଅନୁଷ୍ଠାନ ର ପଦାଧିକାରୀ ସହ ୨୦୦ ରୁ ଅଧିକ ଲୋକ ସାମିଲ ହୋଇଥିଲେ।

Post a Comment