ରୂପସା ମହୋତ୍ସବରରେ ରକ୍ତଦାନ ଶିବିର ଆଜି

ବାଲେଶ୍ୱର, ୨/୩(ଲକ୍ଷ୍ମୀଧର ବାରିକ): ରୂପସା ଥାନା ଅନ୍ତର୍ଗତ ପୋଡାଡିହା ଷ୍ଟାର କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧୩ତମ ବାର୍ଷିକ ରୂପସା ମହୋତ୍ସବର ତୃତୀୟ ଦିନରେ ଏକ ରକ୍ତଦାନ ଶିବିର କ୍ଲବ୍ ଓ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଆସନ୍ତା କାଲି ଅନୁଷ୍ଠିତ ହେବ। ଏନେଇ ଆଜି ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଷ୍ଟାର କ୍ଲବ ସଭାପତି ବିଜୟ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମହୋତ୍ସବ କମିଟି ଉପଦେଷ୍ଟା ପୂର୍ବତନ ବିଇଓ ଜୟନ୍ତ କୁମାର ପାଣିଗ୍ରାହୀ ଷ୍ଟାର କ୍ଲବର କୋଷାଧ୍ୟକ୍ଷ ଦୀପକ ସାମଲ, ମହୋତ୍ସବ କମିଟି ମୁଖ୍ୟ ଉପଦେଷ୍ଟା ଜଗଦୀଶ ପଟ୍ଟନାୟକ, ବିନୟ କୁମାର ବେହେରା, କମଳାକାନ୍ତ ପଣ୍ଡା,ହିମାଂଶୁ ଜେନା,ମିଟୁ ପରିଡା, ଲିପନ ଜେନା, ଅରୁଣ କୁମାର ବେହେରା, କଟି ଚନ୍ଦନ ଜେନା, ହେମନ୍ତ ସେନାପତି, ବିଜେଶ ପରିଡା, ରାଜେଶ ଜେନା ଓ ରୂପସା ସମ୍ବାଦ ପ୍ରତିନିଧି ମାନସ ରଞ୍ଜନ ବେହେରା ଉପସ୍ଥିତି ରହି ଶିବିରକୁ ସଫଳତା ପାଇଁ ଆଲୋଚନା କରିଥିଲେ। ଏହି ଶିବିର ସକାଳ ୧୦ଟାରେ ମହୋତ୍ସବ ପଡିଆରେ ଅନୁଷ୍ଠିତ। ଏଥିରେ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କରିବା ପାଇଁ କମିଟି ପକ୍ଷରୁ ନିବେଦନ କରିଛନ୍ତି।

Post a Comment

Previous Post Next Post