ପିଇଓଙ୍କ ବିରୋଧରେ ଫେରାଦ


କୋମନା (ବିର୍ବଳ ପ୍ରଧାନ) ନୂଆପଡ଼ା ଜିଲା କୋମନା ବ୍ଳକ ଜଟଗଡ଼ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ତ୍ତିକ ରଥଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ପଞ୍ଚାୟତର ୧୦ଜଣ ୱାର୍ଡ ସଭ୍ୟ ବିଡିଓଙ୍କ ନିକଟରେ ଫେରଦ ହୋଇଛନ୍ତି । ସୂଚନା ଅନୁସାରେ ପିଇଓ ରଥ ମନମୁଖୀ କାର୍ଯ୍ୟ କରୁଥିବାରୁ ସମସ୍ତ ୱାର୍ଡ ସଭ୍ୟ ଅତିଷ୍ଠ ହୋଇପଡିଥିବା ଅଭିଯୋଗ କରିଛନ୍ତି । ପଞ୍ଚାୟତର କୌଣସି କାର୍ଯ୍ୟ ସଂପର୍କରେ ୱାର୍ଡ ସଭ୍ୟମାନେ ଜାଣିପାରୁନଥିବା, ପିଇଓ ନିୟମିତ ପଞ୍ଚାୟତକୁ ଆସୁନଥିବା, ପଞ୍ଚାୟତରେ ଅନେକ କାର୍ଯ୍ୟ ପଡ଼ିରହିଥ‌ିବା, ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ ଅନେକ ଆବେଦନ ପଡ଼ିଥିଲେ ମଧ୍ଯ ଏଯାବତ ସେମାନଙ୍କୁ ସହୟତା ନମିଳିବା, ୱାର୍ଡ ସଭ୍ୟମାନଙ୍କୁ ସମସ୍ତ କାର୍ଯ୍ୟରେ ଅଣଦେଖା କରିବା ଆଦି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଅଭିଯୋଗ ପରେ ବିଡିଓ ପଞ୍ଚାୟତକୁ ଯାଇ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବି ବୋଲି କହିଥିଲେ । ତେବେ ପିଇଓଙ୍କ ଅନ୍ୟତ୍ର ବଦଳି କରା ନଗଲେ ୱାର୍ଡ ସଭ୍ୟସଭ୍ୟା ଇସ୍ତଫା ପ୍ରଦାନ କରିବେ ବୋଲି କହିଛନ୍ତି । ଏସମ୍ପର୍କରେ କୋମନା ବିଡିଓ ହିତାଂଶୁ ଶେଖର ସାମଲଙ୍କୁ ପଚାରିବାରୁ ରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

Post a Comment

Previous Post Next Post