ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆମ ବ୍ୟାଙ୍କ ଯୋଜନା ଅନୁଷ୍ଠିତ ହୋଇଯାଇଛି


ନୁଆପଡ଼ା (ପରମେଶ୍ବର ମେହେର)ପ୍ରତି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆମ ବ୍ୟାଙ୍କ ଯୋଜନା ଆରମ୍ଭ କରିଛନ୍ତି। ଏନେଇ ଆଜି ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଲୋକାର୍ପଣ ସହ ଏହା ଦ୍ବାରା ଗ୍ରାମାଞ୍ଚଳର ଲୋକେ ଅଯଥା ସମୟ ଅପଚୟରୁ ରକ୍ଷା ପାଇବେ ଓ ହାତ ପାହାନ୍ତାରେ ବ୍ୟାଙ୍କ ସୁବିଧା ପାଇ ପାରିବେ ବୋଲି କହିଥିଲେ। ଏନେଇ ଖଡ଼ିଆଳ ବ୍ଲକ ଖାସବାହାଲ ଗ୍ରାମ ପଞ୍ଚାୟତରେ ମଧ୍ୟ ଆମ ବ୍ୟାଙ୍କର ଶୁଭ ଉଦଘାଟନ ହୋଇଯାଇଛି। ସରପଞ୍ଚ କୁନୁ ଚରଣ ବେହେରା ଫିତା କାଟି ଏହାର ଉଦଘାଟନ କରିଥିଲେ। ଏହି ବ୍ୟାଙ୍କରେ ପଞ୍ଚାୟତ ବାସୀ ଟଙ୍କା ଜମା, ଉଠାଣ, ଭତ୍ତା ଟଙ୍କା ଉଠାଣ, ବୀମା ଅନ ଲାଇନ୍ ଆଦି ସହଜରେ କରି ପାରିବେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସମିତି ସଭ୍ୟ ହେମନ୍ତ ଶବର, ଗ୍ରାମ ରୋଜଗାର ସେବକ ଜଗନ୍ନାଥ ମେହେର, ବି ଏଫ୍ ଟି ସତ୍ୟବାନ୍ ସିଂ ଙ୍କ ସମେତ ସମସ୍ତ ଏମ ବି କେ , ସି ଆର ପି, ଏସ ଏଚ ଜି ମହିଳା, ୱାର୍ଡ ମେମ୍ବର, ଗାଆଁ ସାଥି ଓ ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ।

Post a Comment

Previous Post Next Post