ନାରୀ


ସେ ମାଁ ସେ ଭଗିନୀ ସେ ଯେ ଅଟେ ଜାୟା
    ସେ ହିଁ ଶ୍ରଦ୍ଧାର ପ୍ରତିମା
ସେ ଅଟେ ବସୁଧାର ପରଶମଣି
    କାରଣ ସେ ନାରୀଟିଏ ।।

ନିଜକୁ ସଦା ସବୁ ଭୁଲେଇ ଦିଏ
    ସ୍ମୃତି ସବୁ ଆଙ୍କି ହୁଏ
କାନଭାସର ଚିତ୍ରପଟ୍ଟ କହଇ 
    ଯେ ସେ ଅଟେ ନାରୀଟିଏ ।।

ସବୁ ଇଚ୍ଛାକୁ ଦମିତ କରେ ଯେ ସେ 
   ନିଜକୁ ଆହୁତି ଦେଇ
ଓଠ ତଳେ ଚାପି ସଦା ରଖିଥାଏ
   ବୁନ୍ଦା ଲୁହ ସେ ଝରାଇ ।।

ସେ ଯେ ଅଟେ ଜନନୀ ଭଗିନୀ ବଧୂ
     ସ୍ୱତଃ ରୂପକଳ୍ପଟିଏ
ସେ ଯେ ଅଟେ ସୌନ୍ଦର୍ଯ୍ୟର ଉପାସକ
     ହଁ ସେ ଅଟେ ନାରୀଟିଏ ।।

ଅନ୍ତରର ବ୍ୟଥା ଯେତେ ସହିନିଏ
     ତଥାପି ସେ ହସିନିଏ
କେବେ ଏକାନ୍ତରେ ଭରି ଆସେ ଲୁହ 
     ପୁନଃ ସେ ଅକୁହା ଥାଏ ।।


         ତ୍ରିନାଥ ପଟ୍ଟନାୟକ
   (ଯୁବ ଅଧ୍ୟାପକ ତଥା କବି)
     ଗ୍ରାମ:ଗାନ୍ଧୀ ନଗର
      ପୋ:/ଜିଲ୍ଲା:କୋରାପୁଟ
       ମୋ:9438362172

Post a Comment

Previous Post Next Post