ଏଲପିଜି ବୋଟଲିଙ୍ଗ ପ୍ଲାଣ୍ଟରେ ସୁରକ୍ଷା ଓ ନିରାପତ୍ତା କର୍ମଶାଳା


ବଲାଙ୍ଗୀର ୨୫/୦୨ (ଗଣେ ଶ ଦାସ) ଭାରତୀୟ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଏଲପିଜି ବୋଟଲିଂ ପ୍ଲାଣ୍ଟ ବଲାଙ୍ଗିର ସହର ସଦାଇପାଲି ପାଖରେ ଥିବା ପରିସରରେ ସୁରକ୍ଷା ଓ ନିରାପତ୍ତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବୋଟଲିଂ ପ୍ଲାଣ୍ଟର ମ୍ୟାନେଜର ବ୍ରଜେଶ ସିଂହ ଗୁଜରଙ୍କ ସଭାପତିତ୍ୱ ଓ ଅତିରିକ୍ତ ମ୍ୟାନେଜର ତଥା ପ୍ଲାଣ୍ଟ ର ସେଫଟି ଅଧିକାରୀ ପ୍ରଶାନ୍ତ ସିଂହଙ୍କ ସଂଯୋଜନା କାର୍ଯ୍ୟକ୍ରମରେ ତାଲିମ ଦାତା ଭାବରେ ପ୍ରାଥମିକ ଚିକିତ୍ସା ଅଧ୍ୟାପକ ରବିଚନ୍ଦ୍ର ପଶାୟତ, ଫାଷ୍ଟ ଏଡର ତଥା ରାଜ୍ୟ ବିପତ୍ତି ଓ ବିପର୍ଯ୍ୟୟ ସାଧନାକର୍ମୀ ରାମନାରାୟଣ ଦାଶ, ନିରଞ୍ଜନ ବିଶ୍ୱାଲ ଯୋଗ ଦେଇଥିଲେ ।

ନିଆଁରୁ ରକ୍ଷା ପାଇବାର ଉପାୟ, ଏଲ୍‌ପିଜି ସିଲିଣ୍ଡର ବିସ୍ପୋରଣ ହେଲେ କଣ କରିବା ନ କରିବା, ଅଗ୍ନିନିରାପତ୍ତା କୌଶଳ, ଧୁଆଁରୁ ରକ୍ଷା ପାଇବା ପାଇଁ ଉପାୟ, ସକ୍‌, ମୁଚ୍ଛା, ରକ୍ତଶ୍ରାବ, ଅସ୍ତିଭଙ୍ଗା, ସିପିଆର, ବେଣ୍ଡେଜ, ସ୍ଥାନାନ୍ତରଣ ଆଦି ଅନେକ ବିଷୟବସ୍ତୁ ଗୁଡିକୁ ଡେମୋଷ୍ଟ୍ରେସନ ମାଧ୍ୟମରେ ତାଲିମଦାତାମାନେ କାର୍ଯ୍ୟକ୍ରମ କରିଥିଲେ । ଏଡ୍‌ଭୋକେଟ ଚନ୍ଦନ କୁମାର ମହାନ୍ତିଙ୍କର ମାର୍ଗଦର୍ଶନ କାର୍ଯ୍ୟକ୍ରମରେ ପର୍ଯ୍ୟାୟକ୍ରମରେ ବୋଟଲିଂ ପ୍ଲାଣ୍ଟର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ଲାଣ୍ଟ ଅଧିକାରୀ ଅମିତ ରାଜ ପରିଚାଳନା କରିଥିବା ବେଳେ ସୁରକ୍ଷା ଅଧିକାରୀ କରନ ଗୋସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post