ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମାରୋହ


କୋରାପୁଟ : (ଆଜତକ୍ ଓଡ଼ିଶା) ଦଶହରା ପଡିଆ ଜୟପୁର ପରିସରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କୋରାପୁଟ ଶ୍ରୀଯୁକ୍ତ ଭି.କୀର୍ତ୍ତି ଭାସନଙ୍କ ସଭାପତିତ୍ବରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ମାନ୍ୟବର ବିଧାୟକ କୋରାପୁଟ ଶ୍ରୀଯୁକ୍ତ ରଘୁରାମ ପୋଡାଲ,ମାନ୍ୟବର ବିଧାୟକ ଜୟପୁର ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି,ମାନ୍ୟବର ବିଧାୟକ ପଟାଙ୍ଗୀ ଶ୍ରୀଯୁକ୍ତ ପ୍ରିତମ ପାଢ଼ୀ,ମାନ୍ୟବର ବିଧାୟକ ଲକ୍ଷ୍ମୀପୁର ଶ୍ରୀଯୁକ୍ତ ପ୍ରଭୁ ଜାନୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କୋରାପୁଟ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ପ୍ରଣୟ ରଞ୍ଜନ ବେହେରା , କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପରିଷଦ ଶ୍ରୀଯୁକ୍ତ ସିଦ୍ଧାର୍ଥ ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟପୁର ଶ୍ରୀଯୁକ୍ତ ଶକ୍ତି ମହାପାତ୍ର ,ଜିଲ୍ଲା ଶିକ୍ଷାଧିକାରୀ କୋରାପୁଟ ଶ୍ରୀଯୁକ୍ତ ରାମଚନ୍ଦ୍ର ନାହାକ ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧକ୍ଷ ଶ୍ରୀଯୁକ୍ତ ରୂପଚନ୍ଦ୍ର ସୋରେନ୍, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ଭତ୍ରା ଯୋଗଦାନ କରିଥିଲେ। ଅତିଥିବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ମନ୍ତ୍ର ପ୍ରଦାନ କରିବା ସହ ଉତ୍ତମ ଚରିତ୍ର ଗଠନ ପାଇଁ ମାର୍ଗ ଦର୍ଶନ କରାଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷକ ଯଜ୍ଞେଶ୍ୱର ପଣ୍ଡା ଅତିଥି ପରିଚୟ କରିଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ନାହାକ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବିବରଣୀ ପାଠ କରିଥିଲେ। ୨୧୨୮ଜଣ ପ୍ରତିଭା ଓ ଅନୁଷ୍ଠାନକୁ ଏହି କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ,ଜିଲ୍ଲା ଶିକ୍ଷା ତତ୍ତ୍ଵ ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତି , ମୋ ସ୍କୁଲ ଅଭିଯାନ ଜିଲ୍ଲା ସଂଯୋଜକ ଭବେଶ କୁମାର ପତି , ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀଙ୍କ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀବୃନ୍ଦ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ମୀନା କୁମାରୀ ସ୍ୱାଇଁ ଓ ଶିକ୍ଷକ ଯଜ୍ଞେଶ୍ୱର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

Post a Comment

Previous Post Next Post