ସୁନ୍ଦର ମୋ ଭାଷା ସାହିତ୍ୟ (ଅନନ୍ୟା)ର ଦ୍ୱାଦଶ ବାର୍ଷିକ ମହୋତ୍ସବରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ "ଭାଗୀରଥି ହାତି ସୁଲେଖକ ସମ୍ମାନ"ରେ ସମ୍ମାନିତ


କୋରାପୁଟ : (ଆଜତକ ଓଡ଼ିଶା) କୋରାପୁଟ ଜିଲ୍ଲାର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ କେନ୍ଦୁଝର ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ସୁନ୍ଦର ମୋ ଭାଷା ସାହିତ୍ୟ (ଅନନ୍ୟା) ଦ୍ୱାଦଶ ମହୋତ୍ସବରେ "ଭାଗୀରଥି ହାତି ସୁଲେଖକ ସମ୍ମାନ"ରେ ମାନପତ୍ର ସହ ସମ୍ମାନିତ କରାଯାଇଅଛି । ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ କୋରାପୁଟ ଜିଲ୍ଲା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ହୋଇ ନିଜ ସାହିତ୍ୟ ସାଧନା ଜାରି ରଖି ବେଶ୍ ପ୍ରତିଷ୍ଠିତ ହୋଇପାରିଅଛନ୍ତି l ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ କୋରାପୁଟ ଜିଲ୍ଲାର ପାଡ଼ୱା ସ୍ଥିତ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଟନ୍ତି । ଯୁବ ଅଧ୍ୟାପକ ଶ୍ରୀ ପଟ୍ଟନାୟକ ନିଜର ଅବସର ସମୟରେ ସୁନ୍ଦର ଗଳ୍ପ, କବିତା, ପ୍ରବନ୍ଧ, ଉପନ୍ୟାସ,ସ୍ତମ୍ଭଲେଖା ତଥା ଗଳ୍ପ ଲେଖାଲେଖି କରି ସାହିତ୍ୟକୁ ରୁଦ୍ଧିମନ୍ତ କରିପାରିବାରେ ନିଜର ବଳିଷ୍ଠ ଉଦ୍ୟମ ତଥା ସାଧନା ଜାରି ରଖିଅଛନ୍ତି । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଅନନ୍ୟାର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଯୋଗଦେଇ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ସହ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣେଇବା ସହ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ସୁସ୍ଥ ଏବଂ ନିରାମୟ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି । ତେବେ ଏହି ପ୍ରରିପ୍ରେକ୍ଷୀରେ ଏଥିରେ ଖୁସି ବ୍ୟକ୍ତ କରି ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ଅନନ୍ୟାର ପ୍ରତିଷ୍ଠାତା ତଥା ସୁସାହିତ୍ୟିକ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଅଛନ୍ତି ।

Post a Comment

Previous Post Next Post