ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ସମାରୋହ


ଖପ୍ରାଖୋଲ ୨୪/୦୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ଜୁରିଆ ପ୍ରାଥମିକ ବିଦ୍ୟାଳୟ ବ୍ଲକ୍ ସ୍ତରରେ ମୁଖ୍ୟମନ୍ତ୍ରୀ ଆୱାଡ ପାଇ ଆଜି ସମ୍ମାନିତ ହୋଇଛନ୍ତି ।

ସୂଚନାନୁଯାୟୀ, ଜୁରିଆ ପ୍ରାଥମିକ ବିଦ୍ୟାଳୟ ଯୋଗ୍ୟ ବିବେଚିତ ହୋଇ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ ଠାରୁ ଏହି ଆୱର୍ଡ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର ପାତ୍ର ଗ୍ରହଣ କରିଛନ୍ତି । ଏଥିପାଇଁ ପ୍ରଧାନଶିକ୍ଷକ ଶ୍ରୀ ପାତ୍ର ଖପ୍ରାଖୋଲ ବ୍ଲକ ଶିକ୍ଷାଧିକାରୀ, ଅତିରିକ୍ତ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାବିଭାଗ ତଥା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ମୂଖ୍ୟମନ୍ତ୍ରୀ ଆୱାର୍ଡ଼ ର ପ୍ରଧାନଶିକ୍ଷକ ଆୱାର୍ଡ଼, SMC ଆୱାର୍ଡ଼, ବିଦ୍ୟାଳୟ ଆୱାର୍ଡ଼ରେ ଧଣ୍ଡାମୁଣ୍ଡା ଉଚ୍ଚ ବିଦ୍ୟାଳୟ ମଧ୍ୟ ସ୍ଥାନ ପାଇଛି ।

Post a Comment

Previous Post Next Post