ବରିଷ୍ଠ କଂଗ୍ରେସ କର୍ମୀଙ୍କ ପରଲୋକ


ବାଲେଶ୍ୱର, ୨୭/୨ (ଲକ୍ଷ୍ମୀଧର ବାରିକ): ସଦର ବ୍ଲକ୍‌ ଅନ୍ତର୍ଗତ କୁରାଢ଼ିହା ପଞ୍ଚାୟତ ମଲ୍ଲୀସାହି ଗ୍ରାମର ବରିଷ୍ଠ କଂଗ୍ରେସ କର୍ମୀ ତଥା ବୟୋଜ୍ୟୋଷ୍ଠ ବ୍ୟକ୍ତି ଅଭିଳାଷ ପ୍ରଧାନ (୮୮)ଙ୍କର ଗତକାଲି ସଂଧ୍ୟାରେ ପରଲୋକ ହୋଇଯାଇଛି। ସେ ବହୁଦିନ ଧରି କଂଗ୍ରେସ ଦଳର ଜଣେ ସକ୍ରିୟ କର୍ମୀ ଭାବେ କାମ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଜଣାଶୁଣା ଥିଲେ। ବିଭିନ୍ନ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ତାଙ୍କର ସହଯୋଗ ରହିଥିଲା। ସେ ବହୁଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ନେତୃମଣ୍ଡଳୀ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ। ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

Post a Comment

Previous Post Next Post