ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ
ଖପ୍ରାଖୋଲ ୨୭/୦୨ (ଗଣେଶ ଦାସ) ଆମ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୋ’ ହସ୍ପିଟାଲ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୫ ଜିଲ୍ଲାରେ ୬୭ଟି ରୂପାନ୍ତରୀକରଣ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି। ବିଦ୍ୟାଳୟ ରୂପାନ୍ତୀକରଣ ଭଳି ହସ୍ପିଟାଲ ରୂପାନ୍ତରୀକରଣ ମଧ୍ୟ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରି ଏହା ଲୋକମାନଙ୍କୁ ସୁବିଧାରେ ମିଳିବ ବୋଲି କହିଛନ୍ତି। ଏହି ଅବସରରେ ଖପ୍ରାଖୋଲ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ଅମିତକୁମାର ନାଏକ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧ୍ୟକ୍ଷ ସଦାନନ୍ଦ ପୁଝାରୀ, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୁରଜ କୁମାର ଦୀପ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ବରିଷ୍ଠ ବିଜେଡି ନେତା ପବିତ୍ର ପଟେଲ, ବିଧାୟକ ପ୍ରତିନିଧି ରମେଶ ପଧାନ, ବ୍ଲକ ଉପାଧ୍ୟକ୍ଷ ଶୁଖିରାମ ସାଣ୍ଢ, ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର, ଲାଠୋର ଥାନା ଅଧିକାରୀ ରାକେଶ ବେହେରା ସମେତ ଏସ୍ଏଚ୍ଜି ମହିଳା ଗୋଷ୍ଠୀ ଓ ଜନସାଧାରଣ ଉପସ୍ଥିତ ଥିବା ସହିତ ଖପ୍ରାଖୋଲ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ ।
Post a Comment