ପାଟଣାଗଡ଼ 27/02(ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ସ୍ଥାନୀୟ ଗଡ଼ ଭିତର ରୁ ଏକ ବିଶାଳ ଶୋଭା ଯାତ୍ରାରେ ଡ଼ିକସନ ନନ୍ଦଙ୍କ ଆବାହକତ୍ୱରେ ବାହାରି ପାଟଣାଗଡ଼ ସହରର ମୁଖ୍ୟ ରାସ୍ତା ଦେଇ ବିଭିନ୍ନ ନାରା ଦେଇ ଉପ ଜିଲ୍ଲା ପାଳ କାର୍ଯାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ କିଛି ସମୟ ପର୍ଯ୍ୟନ୍ତ ତାଙ୍କର ଆନ୍ଦୋଳନ ଜାରି ରଖିଥିଲେ । ପରେ ପରେ ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଡ଼ିକସନ ନନ୍ଦ ତାଙ୍କ ବକ୍ତ୍ୟବ୍ୟରେ କହିଥିଲେ ଯେ, ଅନୁସୂଚିତ ଜାତି ତାଲିକାରୁ କେଉଟ, କୈବର୍ତ୍ତ ଓ ଧୀବର କୁ ବାତ ଦେବା ପାଇଁ ବକ୍ତ୍ୟବ୍ୟ ରଖିଥିଲେ । କେକେଡି ହଟାଓର ରାଜ୍ୟ ଆବାହକ,ଡିଙ୍ଗର କୁମ୍ଭାର ପ୍ରଶାସନ ବିରୁଦ୍ଧରେ ଗର୍ଜି ଥିଲେ । ବଲାଙ୍ଗିର ଜିଲ୍ଲା ଦଳିତ ସମାଜ,କେକେଡ଼ି ପ୍ରଚାର କମିଟିର ରାଜ୍ୟ ଅଧ୍ୟକ୍ଷ ଦ୍ରୋଣ କୁମ୍ଭାର ସମାଜରୁ ସରକ୍ଷିତ ବ୍ୟବସ୍ତାକୁ ନକଲି ଅନୁସୂଚିତ ଜାତିର ତିନି ଜାତି ଯଥା କେଉଟ, କୈବର୍ତ୍ତ ଓ ଧୀବର ଶିକ୍ଷା, ଚାକିରୀ, ରାଜନୀତିରୁ ଭରପୁର ଫାଇଦା ଉଠାଉଛନ୍ତି । ସୂଚନାନୁସାରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ରାଜନେତା ଏବଂ ପୂର୍ବତନ ବିଧାୟକ ଯୋଗେନ୍ଦ୍ର ବେହେରାଙ୍କୁ ଲକ୍ଷ କରି ୧୯୯୦ ମସିହାରୁ ୨୦୦୧ ପର୍ଯ୍ୟନ୍ତ ସରକାରୀ ସୁବିଧା ଲାଭ ଉଠାଇଥିବାରୁ ତାଙ୍କ ନାମରେ ଜିଲ୍ଲାର ପ୍ରତ୍ୟେକ ଥାନାରେ ମାମଲା ଦାଏର କରାଯିବ ବୋଲି ଅତିଥିବୃନ୍ଦ ନିଜ ବକ୍ତ୍ୟବ୍ୟରେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବାସୁଦେବ ମୁର୍ଗୀ, ଗିରିଧାରୀ ତାଣ୍ଡି (ବରଗଡ଼ ଜିଲ୍ଲା ସଭାପତି ), ଝସକେତନ ମହାନନ୍ଦ(ଆଇଟି ସେଲ ), ଏଲଡିଏର ପ୍ରତିଷ୍ଠାତା ଲବ ସୁନା, ଗଣେଶ କୁମ୍ଭାର, ଜୟନ୍ତ କୁମ୍ଭାର, ଲକ୍ଷେ ଘର ଗଣ୍ଡା ସମାଜ, ଛଅ କୋର ଘାସି ସମାଜ, ରୋହିଦାସ ସମାଜ ଙ୍କ ସମେତ ହଜାର ହଜାର ସଂଖ୍ୟାରେ ପାଟଣା ଗଡ଼ ଉପଖଣ୍ଡ ର ମହିଳା ପୁରୁଷ ସାମିଲ ହୋଇଥିଲେ ।

Post a Comment