ମା ଭଗବତୀ ମହିଳା ସ୍ୱାବଳମ୍ବନ ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଡିତ


ସିନାପାଲି :୨୬/୦୨ (ପରମେଶ୍ବର ମେହେର) ସ୍ଥାନୀୟ ହାତୀବନ୍ଧା ସ୍ଥିତ ମାଁ ଭଗବତୀ ମହିଳା ସ୍ୱାବଳମ୍ବନ ଆଶ୍ରମର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ଆଶ୍ରମ ପରିସରରେ ନବକୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବା ସହ ଦୀକ୍ଷା ସଂସ୍କାର, କୁଣ୍ତାବେରା, ମୁଣ୍ତନ, ଅନ୍ନପ୍ରାସନ୍ନ, ବିଦ୍ଯାରମ୍ଭ, ଫୁସବନ ଆଦି ସଂସ୍କାରକାର୍ଯ୍ଯ କରାଯାଇଥିଲ୍ । କାର୍ଯ୍ଯକ୍ରମରେ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ଯା ଆଶା ଜୈନ ଓ ସିନାପାଲି ସମିତିସଭ୍ଯ ମନିଷ ପଟେଲ ଉପସ୍ଥିତ ଥିବା ବେଳେ ଅଂଚଳ ଓ ଅଂଚଳ ବାହାରୁ ଶହଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଅନ୍ଯମାନଙ୍କ ମଧ୍ଯରେ ଆଶ୍ରମ ପ୍ରତିଷ୍ଠାତା ଗାୟତ୍ରୀ ସାହୁ, ଜୟନ୍ତୀ ମେହେର, ମମତା ମେହେର, ଖିରମତି ମେହେର ଉପସ୍ଥିତ ଥିଲେ । ଯଜ୍ଞର ବ୍ୟାସ ମଞ୍ଚ ଦାୟିତ୍ୱରେ ଅର୍ଜୁନ ବାଗ, କେଶବ ମେହେର, ଜନ୍ମେଜୟ ମେହେର, ମନୋଜ ଭୋଇ, ମୀନକେତନ ଧୀବର, ରାଘବ ମେହେର ରହିଥିଲେ । କାର୍ଯ୍ଯକ୍ରମ ପରିଚାଳନାରେ ଲୋଚନ ମେହେର, ସୁବାସ ଅଗ୍ରୱାଲ, ଭବାନୀ ଶଙ୍କର କଟା, ବୃନ୍ଦାବନ କାଣ୍ଡ, ଧବଲେଶ୍ୱର ମେହେର, ସୁରେଶ୍ଵର ମେହେର, ଚନ୍ଦ୍ର ଧୀବର, ସିମାଞ୍ଚଲ ଭାଟି, ଅଶୋକ ନାଗ, ନୃପରଜ ପ୍ରଧାନୀ, ଲକ୍ଷ୍ମୀ ଧର ମେହେର, ସୁବାସ ମେହେର, ଗୁଣନିଧି ବେହେରା, ଶୈଳେଶ ଅଗ୍ରୱାଲ, ମୀନତି ମେହେର, ଉର୍ମିଳା ମେହେର, ସଜମନି ମେହେର, ଦିନେଶ ମେହେର, ହିରାଲାଲ ଅଗ୍ରୱାଲ, ମାଧୁରୀ ମାଝୀ, ଧନୀ ରାମ ଭାଟି, ସାଧୁରାମ ବଗର୍ତ୍ତୀ, ସରୋଜ ସିଂ ନିନା, ତିଳୋତ୍ତମା ମେହେର, ସିନାପାଲି ମହିଳା ମଣ୍ଡଳ, ଗୋଲାମୁଣ୍ଡା ମହିଳା ମଣ୍ଡଳ, ଡୁର୍କେଲ ମହିଳା ମଣ୍ଡଳର ସଦସ୍ୟା ସହଯୋଘ କରିଥିଲେ ।

Post a Comment

Previous Post Next Post