ଏନ ଏସ ସି ରୁ ଖଇରା କୁ ବାଦ କରିବାକୁ ଦୃଢ ନିନ୍ଦା କରିଛନ୍ତି ଯୁବନେତା ଇଂ. ରାଜେଶ ମୋହକୁଡ


ବାଲେଶ୍ୱର, ୨୬/୨(ଲକ୍ଷ୍ମୀଧର ବାରିକ): ରାଜ୍ୟସରକାର ସିମୁଳିଆ ନିର୍ବାଚନ ମଣ୍ଡଳୀର ସିମୁଳିଆ ବ୍ଲକ କୁ ଏନ ଏସ ସି ଘୋଷଣା କରିବା ନିହାତି ଭାବରେ ସ୍ଵାଗତ ଯୁଗ୍ୟ କଥା କିନ୍ତୁ ଦ୍ଧୁଖ ଓ ପରିତାପର ବିଷୟ ପ୍ରଥମେ ନିର୍ବାଚନ ମଣ୍ଡଳୀରୁ ଖଇରା ର ନାମକୁ ହଟାଇ ଖଇରା ବାସୀଙ୍କୁ ନିରାଶ କରିଥିଲେ ପୁଣି ନିର୍ବାଚନ କୁ ଆଖିଆଗରେ ରଖି ଚତୁରତାର ସହିତ ଖଇରା ବାସୀଙ୍କୁ ପ୍ରତାରଣା କରି ସିମୁଳିଆ କୁ ଏନ ଏସ ସି ଘୋଷଣା କରିଛନ୍ତି, ଯାହାକି ଖଇରା ବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଯେହେତୁ ଖଇରା ବାସୀ ଆଗାମୀ ନିର୍ବାଚନ ପାଇଁ ପରିବର୍ତ୍ତନ ର ନିଷ୍ପତି ମନସ୍ଥ କଲେଣି ସେହି କଥାକୁ କାଉଣ୍ଟର କରିବା ପାଇଁ ଚତୁରତାର ସହିତ ଏହି ନିର୍ବାଚନୀ ଗୋଟି ଚାଳନା କରିଛନ୍ତି । ପ୍ରକୁତରେ ଯଦି ନିୟମ ଆଧାର କୁ ଦେଖିବା ଖଇରା ମଧ୍ୟ ଏନ ଏସ ସି ହେବାରେ କୌଣସି ଅସୁବିଧା ନାହିଁ କାରଣ ସର୍ବାଧିକ ଜନସଂଖ୍ୟା , ଭୋଟର , ଗ୍ରାମ , ପଞ୍ଚାୟତ, ବଜାର, ଡାକ୍ତର ଖାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖରାରେ ଯାହାକି ଏକ ତୃତୀୟାଂଶ ହେବ କିନ୍ତୁ ସ୍ଵାଭିମାନୀ ଖଇରା ବାସୀଙ୍କୁ ସରକାର ଓ ପ୍ରଶାସନ ନିରାଶ କରିବା ସହିତ ବିଶ୍ୱାସ ଘାତ କରିଛନ୍ତି । ଏହାକୁ ଦୃଢ଼ ନିନ୍ଦା କରିବା ସହିତ ଆଗାମୀ ଦିନରେ ଖଇରା ର ସ୍ବାଭିମାନ ପାଇଁ ଖଇରା ବାସୀ ଦୃଢ଼ ପଦକ୍ଷେପ ନେବା ପାଇଁ ସମସ୍ତ ଏକ ହେବାର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଛନ୍ତି ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ତଥା ଯୁବ ସମାଜ ସେବୀ, ଯୁବନେତା ଇଂ. ରାଜେଶ ମହାକୁଡ। ଖଇରା ମାଟି ପାଇଁ ଖଇରା ବାସୀ କ ପାଇଁ ସଦା ସର୍ବଦା କାମ କରୁଥିବା ରାଜେଶ ଆଗାମୀ ଦିନରେ ଖଇରା ର ସ୍ବାଭିମାନ ପାଇଁ ଲଢେଇ ଜୋରଦାର କରିବା ନେଇ ପ୍ରକାଶ କରିଛନ୍ତି।

Post a Comment

Previous Post Next Post