ସିନାପାଲି ରେ ଏସଏଚଜି ମହିଲା ଙ୍କୁ ଋଣ ପ୍ରଦାନ , ୟୁନିଫର୍ମ ଓ ବ୍ଲେଜର ସହାୟତା ର ଶୁଭାରମ୍ଭ


ସିନାପାଲି, ୨୭। ୨ (ପରମେଶ୍ବର ମେହେର) ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଆଜି ୦% ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ, ୧୪୫ କୋଟି ଟଙ୍କା ର ସୁଧ ଫେରସ୍ତ ଓ ୭୩୦ କୋଟି ଟଙ୍କା ର ୟୁନିଫର୍ମ ଓ ବ୍ଲେଜର ସହାୟତା ର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ସିନାପାଲି ବ୍ଲକ ମିଶନଶକ୍ତି ତରଫରୁ ସିନାପାଲି ଠାରେ ଏହି ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସିନାପାଲି ବ୍ଲକ ସ୍ଥିତ ବିଭିନ୍ନ ଗ୍ରାମର ଏସଏଚଜି ମହିଲା ଙ୍କୁ ଚେକ୍ ମାଧ୍ୟମରେ ସହାୟତା ରାଶି ପ୍ରଦାନ କରାଯାଇଥିଲା। ସିନାପାଲି ବ୍ଲକ ମିଶନଶକ୍ତି ତରଫରୁ ଏହି ଶୁଭାରମ୍ଭ ଉପଲକ୍ଷେ ମୋଟ ୩୦ ଗୋଟି ଏସଏଚଜି ମହିଲା ଗ୍ରୁପ କୁ ଚେକ ମାଧ୍ୟମରେ ସହାୟତା ରାଶି ପ୍ରଦାନ କରିଥିବା ବେଲେ ୫ଶହ ରୁ ଅଧିକ ଏସଏଚଜି ମହିଲା ଙ୍କ ଏକାଉଣ୍ଟ ରେ ମୋଟ ୧୩ ଲକ୍ଷରୁ ଅଧିକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମ ରେ ଓଏଲଏମ ଶରତଚନ୍ଦ୍ର ଦିପ ଅତିଥି ସ୍ୱାଗତ ଅଭିଭାଷଣ ତଥା ମଞ୍ଚ ପରିଚାଳନା କରିଥିବା ବେଲେ ଅତିଥି ଭାବେ ସିନାପାଲି ବିଡିଓ ସର୍ବେଶ୍ୱର ଜାଲ,ସିଡିପିଓ ଝରଣା ସତପତି, ଉପାଧ୍ୟକ୍ଷା ମିନା ଘିଭେଲା, ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ, ଆଶା ଜୈନ୍,ସମିତିସଭ୍ୟ ମନିଷ କୁମାର ପଟେଲ ନୂଆପଡା ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁର ଉପସ୍ଥିତ ଥିଲେ। ସେଠାରୁ ବିଭିନ୍ନ ଏସଏଚଜି ଙ୍କୁ ଚେକ ମାଧ୍ୟମରେ ସହାୟତା ରାଶି ପ୍ରଦାନ ଅତିଥି ମାନେ କରିଥିବା ବେଲେ ମିଶନଶକ୍ତି ବିପିଶି ବିଜୟ କୁମାର ଭିତ୍ରୀଆ ପରିଚାଳନା କରିଥିବା ବେଲେ ମିଶନଶକ୍ତି ଏକାଉଣ୍ଟ ଟେଣ୍ତ ଗୋପାଳ ମେହେର ସଭା ସାଙ୍ଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଏମବିକେ ସିଆରପି ଇସି ମେମ୍ୱର ଓ ଶତାଧିକ ଏସଏଚଜି ମହିଲା ଉପସ୍ଥିତ ଥିଲେ।

Post a Comment

Previous Post Next Post