୧୧ କେଜିର ବ୍ରଜକାପ୍ତା ଓ ୩ ଗୋଟି ବାଇକ ଜବତ ୬ଜଣ ଗିରଫ


ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଲିଆଡ୍ ନିକଟସ୍ଥ ଚଉଁରା ଜଙ୍ଗଲ ନିକଟରେ ସିନାପାଲି ବନ ବିଭାଗ ଓ ଛତିଶଗଡ଼ ବନବିଭାଗ ମିଳିତ ଭାବରେ ଚଢାଉ କରି ଗୋଟିଏ ବ୍ରଜକାପ୍ତା ତିନୋଟି ବାଇକ୍ ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୁଚନାଯୋଗ୍ୟଯେ ସିନାପାଲି ବନ ବିଭାଗ ଓ ଛତିଶଗଡ଼ ବନ ବିଭାଗ ତରଫରୁ ଲିଆଡ଼ ନିକଟସ୍ଥ ଚଉଁରା ଜଙ୍ଗଲ ଠାରେ ବ୍ରଜକାପ୍ତା ଡିଲ୍ କରୁଥିବା ବେଲେ କୌଣସି ସୁତ୍ର ରୁ ଖବର ପାଇଁ ମିଲିତ ଆନୁକୂଲ୍ୟରେ ଚଢାଉ କରିଥିଲେ। ଉକ୍ତ ବ୍ରଜକାପ୍ତା ୧୧ କେଜି ୨ଶହ ଗ୍ରାମ ରହିଥିବା ବେଳେ ବ୍ରଜକାପ୍ତା ସହ ୬ଜଣ ବେପାରୀ ଙ୍କୁ ଗିରଫ କରି ୩ ଗୋଟି ବାଇକ ଜବତ କରାଯାଇଛି। ଗିରଫ ବ୍ଯକ୍ତି ହେଲେ ଚିତନନ୍ଦ ହାତି (୫୬) ଖଡିଆଳ ବନ ବିଭାଗ ସ୍ଥିତ ରାଣ୍ତିମୁଣ୍ତା, ଦୁର୍ଯ୍ୟୋଧନ ମାଝି (୨୯) ଗ୍ରାମ କମ୍ପାନୀ ଗୁମା, ଗୋବର୍ଦ୍ଧନ ସତନାମୀ (୩୫) ଡୁଆଝର, ବାସୁଦେବ ରୋହିଦାସ (୨୮) ପାଟଣାଗଡ଼, ବଲସିଂ ଗହିର (୬୨) ସରଧାପୁର, ବବଲୁ ଅଜଗଲା (୨୪) ବୋଡେନ ବୋଲି ଜଣାପଡିଥିବା ବେଲେ ଦୁଇ ଚକିଆ ବାଇକ ୩ ଗୋଟି ଯାହାର ଗାଡି ନମ୍ୱର ଓଡି ୦୩ ଝେଡ୍ ୪୩୩୨,ଓଡି ୦୮ ଭି ୮୩୫୭ , ଓଡି ୧୭ ଏଏ ୫୧୬୯ ବୋଲି ଜଣାପଡିଛି। ଏହି ଚଢାଉରେ ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ତା, ଫରେଷ୍ଟର ପୁର୍ଣ୍ଣ ଚନ୍ଦ୍ର ନାଏକ, ରଂଜନ କୁମାର ସାହୁ, ଚୁଡାନାଥ ସରାଫ, ମନୋଜ ବାଗ, ଉପେନ୍ଦ୍ର ପ୍ରସାଦ ମହାହୁତି ସହ ଛତିଶଗଡ଼ ବନ ବିଭାଗ ଅଧିକାରୀ କର୍ମଚାରୀ ସମେତ ଅନେକ କର୍ମଚାରୀ ସାମିଲ ଥିଲେ। ଏନେଇ ସିନାପାଲି ବନ ବିଭାଗ ଅଧିକ ତଦନ୍ତ କରୁଛି।

Post a Comment

Previous Post Next Post