କବିତା : ମାଁ ସରସ୍ବତୀ


ନମସ୍ତେ ମାଁ ସରସ୍ବତୀ
    ବ୍ରହ୍ମାଙ୍କ ଘରଣୀ
ଆହେ ବିଦ୍ୟାଦାୟିନୀ ମାଁ
    ହେ ମାଁ ବୀଣାପାଣି ||

ହେ ଜୟ ମାଁ ସରସ୍ବତୀ
    ଘେନ ମୋ ପ୍ରଣତୀ
ଦିଅ ଦିବ୍ୟ ଜ୍ଞାନ ହେ ମାଁ 
    ଦିଅ ଦିବ୍ୟ ଜ୍ଞାନ ||

ହେ ଦେବୀ ହଂସବାହିନୀ 
    ହେ ମାଁ ପଙ୍କଜିନୀ
ହେ ଶୁକ୍ଳ ବସ୍ତ୍ରଧାରିଣୀ
     ତୁ ମାର୍ଗଦର୍ଶିନୀ ||

ଧନ ଜନ ମାଗୁନାହିଁ 
  କିସ ହେବ ମୋର
ବିଦ୍ୟା ବୁଦ୍ଧି ଦିଅ ଭରି
   ହୁଅ ଆଶ୍ରା ମୋର ||

ହେ ମାଁ ବିଦ୍ୟାପ୍ରଦାୟିନୀ
     ଘେନ ମୋ ପ୍ରଣାମ
ଚିରନମସ୍ୟ ଚରଣେ 
      ବନ୍ଦେ ତଵ ନାମ ||

     ଯୁବ କବି ତଥା ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ
      ଗ୍ରାମ: ଗାନ୍ଧୀ ନଗର
    ପୋ:/ଜିଲ୍ଲା: କୋରାପୁଟ
     ମୋ:9438362172

Post a Comment

Previous Post Next Post