କୁହ ଏମିତି କରିପାରିବ କି ତୁମେ


ବହୁ ବର୍ଷ ହେଲାଣି କେତେଯେ ମୁଁ ଝୁରୁଛି
କୁହ ଜଲଦି ପୁରଣ କରିବ କି ତୁମେ ।।

ପଚାରି ଦେଖ ଥରେ ତୁମେ ସ୍ୱୟଂ ନିଜକୁ
ଭଲ ପାଏ ନାହିଁ କହି କି ପାରିବ ତୁମେ ।।

ଭୁଲି ଯାଅ ମୋତେ ଛାଡି ତୁମେ ଅନ୍ୟ ସବୁ
କୁହ ଯେ ଏମିତି କରିପାରିବ କି ତୁମେ ।।

ଦେଖ ଯେ ତୁମେ ମୋ ଦୁଇ ଆଖି କରି ଲାଖି
ବୁଝି ପାରୁନ ତୁମେ କେତେ ମୁଁ ଭଲ ପାଏ ।।

କେବେ ତୁମେ ପର କରି ଯିବ ନାହିଁ ମୋତେ
କୁହ ଯେ ଏମିତି କରିପାରିବ ତ ତୁମେ ।।

ତୁମ ରୁଣୁ ଝୁଣୁ ଶବ୍ଦ କହେ ବହୁ କଥା
ଏ ହୃଦୟ ସ୍ପନ୍ଦନ ମାତ୍ର ତୁମେ ହିଁ ତୁମେ ।।

ତୁମ ସ୍ମୃତିରେ ବୋହି ଯାଏ ମୋ ଆଖି ଲୁହ
କଣ ସେଇ ସ୍ମୃତି ଫେରାଇ ଆଣିବ ତୁମେ ।।

ସ୍ବପ୍ନର ରାତିରେ ଏ ଶବ୍ଦ ଏତେ ଗଭୀର
ଲାଗୁଛି ତୁମକୁ ଭଲ ପାଇ ବସିଛି ମୁଁ ।।

ତୁମ ଏଇଯେ ପଦେ କଥା ଶୁଣିବା ପାଇଁ 
କେତେ ବର୍ଷ ଧରି ଅନେଇ ଯେ ବସିଛି ମୁଁ ।।

ସତରେ ମୋତେ ନିଜର କରିଦିଅ ଏବେ
କୁହ ଯେ ଏମିତି କରିପାରିବ କି ତୁମେ ।।

*****************************************
   ତ୍ରିନାଥ ପଟ୍ଟନାୟକ
   ଯୁବ କବି ତଥା ଅଧ୍ୟାପକ)
   ଗ୍ରାମ:ଗାନ୍ଧୀ ନଗର
     ପୋ:/ଜିଲ୍ଲା:କୋରାପୁଟ
    ମୋ:୯୪୩୮୩୬୨୧୭୨

Post a Comment

Previous Post Next Post