ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ତହସିଲ କାର୍ଯ୍ୟାଳୟରେ ନୂତନ ଭାବରେ ଡ଼କ୍ଟର ଲଳିତ ବାଗ ତହସିଲଦାର ଭାବରେକାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ଏହା ପୂର୍ବରୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭାବରେ କାର୍ଯ୍ୟ କାର୍ଯ୍ୟ କରୁଥିଲେ । ସେ ୨୦୧୫ମସିହାରେ ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବରେ କୃତକାର୍ଯ୍ୟ ହେଲା ପରେ ଦୀର୍ଘ ଆଠ ବର୍ଷ ହେବ ଓଡ଼ିଶାର ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀ ଭାବରେ କାର୍ଯ୍ୟ କରି ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ଲୋକଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଖଡ଼ିଆଳ ବ୍ଲକ ର NDUJ ଗ୍ରୁପ ର ସାମ୍ୱାଦିକ ମାନେ ଖଡିଆଳ ବ୍ଲକ ସଭାପତି ଶ୍ରୀ ଯୁକ୍ତ ଓମ୍ ପ୍ରକାଶ ଚୌଧୁରୀ, ମାଇକଲ, ମୋହନ ଲାଲ୍ ଦୀପ, ଚନ୍ଦ୍ର ଶେଖର ବେହେରା, କାର୍ତ୍ତିକ ମହାନନ୍ଦ, ସ୍ୟାମ ସୁନ୍ଦର ଶଗ୍ରିଆ ସମେତ ଖଡିଆଳ ନୂତନ ତହସିଲଦାର ଡକ୍ଟର ଲଳିତ ବାଗ ଙ୍କୁ ସ୍ଵାଗତ କରିଛନ୍ତି ।
ନୂଆପଡା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ
Post a Comment