ରେଡକ୍ରସ ସୋସାଇଟି ତରଫରୁ ହାଇଜେନିକ କିଟ୍ ବଣ୍ଟନ


ବଲାଙ୍ଗିର (ଗଣେଶ ଦାସ) ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାରୁ ଯୋଗାଇ ଥିବା ହାଇଜେନିକ୍ କିଟ୍‌କୁ ବଲାଙ୍ଗିର ଜିଲ୍ଲା ଜୁନିୟର ରେଡକ୍ରସ ସୋସାଇଟି ତରଫରୁ ସଇଁନ୍ତଳା ବ୍ଲକ ଅନ୍ତର୍ଗତ ବଡମାଲ ଗୋଲାବାରୁଦ କାରଖାନା ନିକଟସ୍ଥ ଶ୍ରଦ୍ଧାସାଇ ଆନନ୍ଦ ଚେତନା କୁଷ୍ଠାଶ୍ରମର ଅନ୍ତବାସୀଙ୍କୁ ହାଇଜେନିକ କିଟ୍ ବଣ୍ଟନ କରାଯାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବିଡ଼ିଓ ବିନୟ କୁମାର ଭୋଇ ଯୋଗ ଦେଇ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉପରେ ମତବ୍ୟକ୍ତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବରେ ଗଣ୍ଡପତରା ପାଲି ସରପଞ୍ଚ ମନିସ୍ ସୁନା , ସମାଜସେବୀ ରଂଜନ ପାତ୍ର, ଓଡ଼ିଆ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ବଡମାଲ ପ୍ରଧାନଶିକ୍ଷକ ରାଧେଶ୍ୟାମ ବାରିକ, ବିଇଓ ଅଫିସର ମୁଖ୍ୟ କିରଣୀ ଅର୍ଜୁନ ପାଣିଗ୍ରାହୀ ଯୋଗଦେଇଥିଲେ । ଜୁନିୟର ରେଡ଼କ୍ରସ କାଉନସେଲର ରଞ୍ଜିତା ମିଶ୍ର ହାତ ଧୁଆର ୬ ଗୋଟି ସୋପାନ ପ୍ରଦର୍ଶନ ମାଧ୍ୟମରେ ବୁଝାଇଥିଲେ । ଶ୍ରଦ୍ଧାସାଇ ଆନନ୍ଦ ଚେତନା କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ହାଇଜେନିକ୍ କିଟ୍ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ଅଫିସର ସନ୍ତୋଷ କୁମାର ବେହେରା, ବନାୟା ବଂଶନୀ ଦାଶ, ଜୁନିୟର ରେଡ଼କ୍ରସ କାଉନସେଲର ସୁଦର୍ଶନ ନାୟକ, ଶିକ୍ଷକ ଚିନ୍ତାମଣି ମଲ୍ଲିକ, ଶିଶିକାନ୍ତ ନାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସଇଁନ୍ତଳା ବ୍ଲକ ସଂଗଠନ ହେମନ୍ତ ବେମାଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରାମ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post