୨୨ତମ ମାଁ ଡୋକରୀ ବୁଢ଼ୀ ନକ୍ ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ନାଏକ ପଡ଼ା FAN FC ଆନୁକୁଲ୍ୟରେ ଉଦଯାପିତ


ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା/ସିନାପାଲି ବ୍ଳକ୍ ରାଣୀମୁଣ୍ଡା ନାଏକପଡ଼ା ଟାଣଭଟା ଖେଲ ପଡ଼ିଆ ୨୨ତମ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାଳିମ୍ବ ମାଝୀ ( ୱାର୍ଡ଼ ମେମ୍ବର ୬ନମ୍ୱର ) ଯୋଗ୍ ଦେଇଥିବା ବେଳେ ସମାଜ ସେବୀ ମନୋହର ମାଝୀ, ହେଜରାମ ମାଝୀ, କବି ରାମ ମାଝୀ, ଶୁକ୍ରୁ ମାଝୀ, ଲକ୍ଷ୍ମଣ ମାଝୀ ନାଏକପଡ଼ା FAN FC କମିଟି ର ସଭାପତି ଶଙ୍କର ଲାଲ ମାଝୀ ଉପ ସଭାପତି ବିଶି ଚନ୍ଦନ ମାଝୀ ( press Repoter) ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉସାହିତ କରିଥିଲେ । ପ୍ରଥମ ମ୍ୟାଚରେ ଖର୍ସେଲ , କାପଶି ମଧ୍ୟରେ ଖେଲ ହୋଇଥିଲା କାପସି ଦଳ ୧.୦ ଶୁନ ଗୋଲ ରେ ଖର୍ସେଲ ଦଳକୁ ହରାଇ ବିଜୟ ଲାଭ କରିଥିଲେ । ସେହିଭଳି ଦ୍ଵିତୀୟ ପର୍ଯ୍ୟାୟର ମ୍ୟାଚ୍ ବର୍ତନ୍ ସିଲ୍ ଓ ପଲସାପଡ଼ା ମଧ୍ୟରେ ଖେଲ ହୋଇଥିଲା । ବର୍ତ୍ତନ୍ ସିଲ୍ ଦଳ ପ୍ଲାନ୍ତିକ ସୁଟ ମାଧ୍ୟମରେ ୧.o ଗୋଲ ରେ ପଲସା ପଡ଼ା ଦଳ କୁ ହରାଇ ବିଜୟୀ ଲାଭ କରିଥିଲା । ଆଜିର ଖେଲ ବହୁତ୍ ଆକର୍ଷଣୀୟ ଖେଲ ହୋଇଥିଲା ଶହ ଶହ ଖେଲ ପ୍ରେମୀ ଦର୍ଶକ ଖେଳର ମଜା ନେଇଥିଲେ । ଡୋଳାମଣି ବଛା ଓ ଚନ୍ଦ୍ର ଧ୍ୱଜ ମାଝୀ ଖେଲ ପରିଚାଳନା କରିଥିବା ବେଳେ ଗୌର ହରି ବାଗ ଧାରା ବିବରଣୀ ଦେଇଥିଲେ । ଆୟୋଜକ କମିଟିର ଫ୍ୟାନ FC ସଦସ୍ୟ ତୁଳସି ରାମ ,( ଶନି)ବନ୍ତି ଚରନ୍ , ଶଶି ପ୍ରତାପ , ରାଜେନ୍ଦ୍ର, ସଚିନ୍, କୈବଲ୍ୟ, ସୁରେନ୍, ଦୁଷ୍ମନ୍ତ, ଚିତାନନ୍, ହିତେଶ ପ୍ରମୁଖ ସହଯୋଗ କରିଥିଲୋ । 

Post a Comment

Previous Post Next Post