ବିଚାର ସରିତା ରାଷ୍ଟ୍ରଦୀପ ପ୍ରସାର ସମିତି ପବ୍ଲିକେଶନରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କ କବିତା ଶୀର୍ଷକ "ଉତ୍କଳ ଗୌରବ" ପ୍ରକାଶିତ


କୋରାପୁଟ : (ଆଜତକ୍ ଓଡ଼ିଶା) ବିଚାର ସରିତା ରାଷ୍ଟ୍ରଦୀପ ପ୍ରସାର ସମିତି ପବ୍ଲିକେଶନରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କ କବିତା ଶୀର୍ଷକ "ଉତ୍କଳ ଗୌରବ" ପ୍ରକାଶିତ ହୋଇଅଛି । ଏହି ପୁସ୍ତକରେ ଓଡିଶା ତଥା ଓଡିଶା ବାହାରୁ ବହୁ ଲେଖକଙ୍କ କବିତା ସମୁଦାୟ ୪୫ ଟି କବିତା, ଗଳ୍ପ, ପ୍ରବନ୍ଧ ପ୍ରଭୃତି ସ୍ଥାନ ପାଇଅଛି । ଏଥି ମଧ୍ୟରୁ କୋରାପୁଟର ଯୁବ ଅଧ୍ୟାପକ,କବି ତଥା ଲେଖକ ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କ କବିତା ଶୀର୍ଷକ "ଉତ୍କଳ ଗୌରବ" ସ୍ଥାନ ପାଇଅଛି । ଏଥିପାଇଁ ବିଚାର ସରିତା ରାଷ୍ଟ୍ରଦୀପ ପ୍ରସାର ସମିତି ପ୍ରକାଶନ ସଂସ୍ଥା ତରଫରୁ ସଂସ୍ଥାର ସମ୍ପାଦନା ମଣ୍ଡଳୀର ଡ଼. ଅଶୋକ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା କୋରାପୁଟର ଯୁବ ଅଧ୍ୟାପକ, କବି ତଥା ଲେଖକ ତ୍ରିନାଥ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଏହି "ବିଚାର ସରିତା ରାଷ୍ଟ୍ରଦୀପ ପ୍ରସାର ସମିତି" ପୁସ୍ତକ ଅର୍ପଣ କରି ସମ୍ବର୍ଦ୍ଧିତ କରିଥିବା ଦେଖାଦେଇଅଛି । ଏହି ପୁସ୍ତକରେ ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କ କବିତା ସ୍ଥାନିତ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରି ସମ୍ପାଦନା ମଣ୍ଡଳୀର ଡ଼. ଅଶୋକ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଅଛନ୍ତି ।

Post a Comment

Previous Post Next Post